କେତେ ଆସନରେ ଚଳିତ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଦେଇଛନ୍ତି ବିଜେପି ଓ କଂଗ୍ରେସ ପଢ଼ନ୍ତୁ ଏହି ରିପୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 25, 2019

କେତେ ଆସନରେ ଚଳିତ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଦେଇଛନ୍ତି ବିଜେପି ଓ କଂଗ୍ରେସ ପଢ଼ନ୍ତୁ ଏହି ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। କହିବାକୁ ଗଲେ ୫୪୩ ଲୋକସଭା ଆସନରୁ ଅଧା ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ହାତ ଗଣତି ଅଳ୍ପ କିଛି ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି। ଏହାରି ଭିତରେ ଦେଶର ମୋଟ ଲୋକସଭା ଆସନରେ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ କେତେ ଆସନରେ ପ୍ରାର୍ଥୀ ଦେଇଛନ୍ତି ତାହା ଜଣାପଡ଼ିଛି।

ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି(ବିଜେପି) କଂଗ୍ରେସ ତୁଳନାରେ ଅଧିକ ଆସନରେ ପ୍ରାର୍ଥୀ ଦେଇଛି। ୫୪୩ ଲୋକସଭା ଆସନରୁ ବିଜେପି ୪୩୭ଟି ଆସନରେ ଚଳିତଥର ପ୍ରାର୍ଥୀ ଦେଇଛି। କଂଗ୍ରେସ ୪୨୪ ଆସନରେ ପ୍ରାର୍ଥୀ ଦେଇସାରିଥିବା ବେଳେ ହାତ ଗଣତି ଅଳ୍ପ କିଛି ଆସନରେ ପ୍ରାର୍ଥୀ ଦେବ ବୋଲି ଜଣାପଡ଼ିଛି। ତେବେ ବିଜେପି ଏଯାଏଁ ନିର୍ବାଚନ ରଣାଙ୍ଗନରେ ମୋଟ ୪୩୭ ପ୍ରାର୍ଥୀ ଦେଇ ଦେଶର ସବୁଠୁ ଅଧିକ ଆସନରେ ନିର୍ବାଚନ ଲଢ଼ୁଥିବା ଦଳ ଭାବେ ପରିଗଣିତ ହୋଇଛି।

 ୧୯୮୦ରେ ଜନସଂଘ ଭାଙ୍ଗି ଭାରତୀୟ ଜନତା ପାର୍ଟି(ବିଜେପି) ପ୍ରତିଷ୍ଠା ହୋଇଥିଲା। ଏହାପରେ ପ୍ରଥମଥର ପାଇଁ ଏତେ ଆସନରେ ପ୍ରାର୍ଥୀ ଦେଇଛି ଶାସକ ଦଳ। ୨୦୧୪ରେ କଂଗ୍ରେସକୁ ଶୋଚନୀୟ ଭାବେ ପରାସ୍ତ କରି କ୍ଷମତାକୁ ଫେରିବା ପରେ ବିଜେପି ଅନେକ ରାଜ୍ୟରେ ଶାସନ ଗାଦିକୁ ଫେରିଛି। ଫଳରେ ସାରା ଦେଶରେ ବିଜେପି ତୃଣମୂଳ ସ୍ତରରେ ନିଜସ୍ୱ ଏକ ଭୋଟ ବ୍ୟାଙ୍କ ସୃଷ୍ଟି କରିବାରେ ସକ୍ଷମ ହୋଇଛି। ହେଲେ ଗତ ବର୍ଷ ଡିସେମ୍ବର ମାସରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ହିନ୍ଦୀ ହାର୍ଟଲ୍ୟାଣ୍ଡ (ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ)ରେ କ୍ଷମତାଚ୍ୟୁତ ହୋଇଛି।

ସେହିପରି ଦକ୍ଷିଣ ଭାରତରେ ବିଜେପିର ସ୍ଥିତି ଭଲ ନଥିବା ବେଳେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ବିଜେପି ମୋଟ ୪୨ଟି ଲୋକସଭା ଆସନରେ ନିଜସ୍ୱ ପ୍ରାର୍ଥୀ ଦେଇଛି। ହେଲେ ତାମିଲନାଡ଼ୁରେ ଶାସକ ଦଳ ଏଆଇଡ଼ିଏମକେ ସହ ମେଣ୍ଟ କରି ରାଜ୍ୟରେ ସାଂସଦ ପ୍ରାର୍ଥୀ ଦେଇଛି। ତେଲେଙ୍ଗାନାରେ କଂଗ୍ରେସ ଡ଼ିଏମକେ ସହ ମିଶି ପ୍ରାର୍ଥୀ ଦେଇଛି। ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ସମସ୍ତ ଆସନରେ କଂଗ୍ରେସ ପ୍ରାର୍ଥୀ ଦେଇନଥିବା ସୂଚନା ରହିଛି। ହେଲେ ଅବିଭାଜିତ ଆନ୍ଧ୍ରପ୍ରଦେଶରେ କଂଗ୍ରେସ ସରକାରରେ ଥିଲା।

୨୦୦୯ରେ ବିଜେପି ୪୩୩ ଲୋକସଭା ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୪୪୦ଟି ଆସନରେ ପ୍ରାର୍ଥୀ ଦେଇଥିଲା। ବିଜେପି ୧୧୬ଟି ଆସନରେ ଜିତିଥିବା ବେଳେ କଂଗ୍ରେସ ୨୦୬ଟି ଆସନ ଜିତି ସହଯୋଗୀ ଦଳ ସହ ମେଣ୍ଟ କରି ସରକାର ଗଢ଼ିଥିଲା।

ଏହାପରେ ବିଜେପି ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ୪୨୮ଟି ଆସନରେ ପ୍ରାର୍ଥୀ ଦେଇଥିବାବେଳେ ୨୮୨ଟି ଆସନରେ ବିଜୟ ହୋଇଥିଲା। ସେହିପରି କଂଗ୍ରେସ ୪୬୪ ଆସନରେ ପ୍ରାର୍ଥୀ ଦେଇ ମାତ୍ର ୪୪ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା। ୧୯୯୬ ମସିହା ପରେ କଂଗ୍ରେସ ପ୍ରଥମଥର ପାଇଁ ସର୍ବାଧିକ ଆସନରେ ବିଜୟ ହୋଇଥିଲା।

ତେବେ ଉତ୍ତର ପ୍ରଦେଶର ବହୁଜନ ସମାଜ ପାର୍ଟି(ବିଏସପି) ଦେଶର ତୃତୀୟ ବଡ଼ ଦଳ ଭାବେ ପରିଚୟ ପାଇଛି। ୨୦୦୯ ସାଧାରଣ ନିର୍ବାଚନରେ ବିଏସପି ଏକାକୀ ସାରା ଦେଶରେ ୫୦୦ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୨୦୧୪ରେ ୫୦୩ଟି ଆସନ ଏବଂ ୨୦୧୯ରେ ସବୁଠୁ କମ ୧୩୯ଟି ପ୍ରାର୍ଥୀ ଦେଇଛି। ୫୪୩ ଲୋକସଭା ଆସନରୁ ବିଏସପି ୫୦୩ଟି ଆସନରେ ପ୍ରାର୍ଥୀ ଦେଇ ରେକର୍ଡ଼ କରିଛି।



from Odisha Reporter http://bit.ly/2XHJveo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages