ବାଲୁକା କଳା ମାଧ୍ୟମରେ ଭୋଟରଙ୍କୁ ସଚେତନ କଲେ ସୁଦର୍ଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ବାଲୁକା କଳା ମାଧ୍ୟମରେ ଭୋଟରଙ୍କୁ ସଚେତନ କଲେ ସୁଦର୍ଶନ

sandart

ପୁରୀ(ଓଡ଼ିଶା ରିପୋର୍ଟର): ଏବେ ଚାଲିଛି ନିର୍ବାଚନୀ ଋତୁ। ସାଧାରଣ ନିର୍ବାଚନ ପାଇଁ ସାରା ଦେଶରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ନେତାମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ କମିଶନ୍‌ଙ୍କ ଠାରୁ ଆରମ୍ଭ କରି ବେସରକାରୀ ସ୍ତରରେ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ପକ୍ଷରୁ ନିଶ୍ଚିତ ମତଦାନ କରିବାକୁ ଭୋଟରଙ୍କୁ ସଚେତନ କରାଯାଉଛି। ଆଉ ଏହି କାର୍ଯ୍ୟରେ ଅତି ନିଆରା ଢଙ୍ଗରେ ଯୋଡ଼ି ହୋଇଛନ୍ତି ଜଣାଶୁଣା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ବାଲୁକା କଳା ମାଧ୍ୟମରେ ଭୋଟରଙ୍କୁ ସଚେତନ କରିବାକୁ ପ୍ରୟାସ କରିଛନ୍ତି।

ପୁରୀ ବେଳାଭୂମିରେ ସେ ବାଲୁକା କଳା ମାଧ୍ୟମରେ ‘YOUR VOTE YOUR VOICE’ ସହିତ ‘VOTE FOR BETTER INDIA’ ଭଳି ବାର୍ତ୍ତା ଦେଇଛନ୍ତି।

ଏହି ବାଲୁକା କଳା ମାଧ୍ୟମରେ ସେ ଭୋଟରଙ୍କୁ ସଚେତନ କରିବାରୁ ଉଦ୍ୟମ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହି ବାଲୁକା କଳା ବୁଲି ଦେଖିବା ସହ ସୁଦର୍ଶନଙ୍କୁ ପ୍ରଶଂସା କରିଛନ୍ତି।



from Odisha Reporter http://bit.ly/2KhKiRn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages