କମଲାଥଙ୍କୁ ଶିବରାଜ ସିଂହଙ୍କ ଟାର୍ଗେଟ୍, ମମତାଙ୍କ ରାସ୍ତାରେ ମଧ୍ୟପ୍ରଦେଶ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

କମଲାଥଙ୍କୁ ଶିବରାଜ ସିଂହଙ୍କ ଟାର୍ଗେଟ୍, ମମତାଙ୍କ ରାସ୍ତାରେ ମଧ୍ୟପ୍ରଦେଶ ସରକାର

ଭୋପାଳ: ବେଆଇନ ହାୱାଲା ଟ୍ରାଞ୍ଜାକସନ ମାମଲାରେ ଗତକାଲି ଭୋର ୩ଟାରୁ ଏଯାଏଁ ମଧ୍ୟପ୍ରଦେଶ ( ଏମପି) ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୂର୍ବତନ ପ୍ରାଇଭେଟ ସେକ୍ରେଟେରୀ ପ୍ରବୀଣ କକ୍କରଙ୍କ ଇନ୍ଦୋର ସ୍ଥିତ ବାସଭବନ, ପୂର୍ବତନ ପରାମର୍ଶଦାତା ରାଜେନ୍ଦ୍ର କୁମାର ମିଗଲାନିଙ୍କ ଦିଲ୍ଲୀ ସ୍ଥିତ ଭବନରେ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ରେଡ୍ ଜାରି ରଖିଛି।

ଗତକାଲି ଏହାକୁ ନେଇ ଆଇଟି ରେଡ୍ ବେଳେ ମୁତୟନ ହୋଇଥିବା ସିଆରପିଏଫ ଓ ଏମପି ପୁଲିସ ମଧ୍ୟରେ ବିବାଦ ହୋଇଛି। ଆଇଟି ରେଡ୍ ବେଳେ ତଦନ୍ତ ଅଧିକାରୀଙ୍କୁ ପୁଲିସ ଜାଣିଶୁଣି ହଇରାଣ କରୁଥିବା ସିଆରପିଏଫ ଅଧିକାରୀ କହିଥିଲେ।

ଏହି ପ୍ରସଙ୍ଗରେ ସୂଚନା ଦେଇ ଭୋପାଲ ଏସ୍‌ପି ଭୁପିନ୍ଦର ସିଂହ କହିଛନ୍ତି, ଆୟକର ବିଭାଗ ଏବଂ ଚଢ଼ଉ ସହିତ ଆମର କିଛି ମଧ୍ୟ ସମ୍ପର୍କ ନଥିଲା। କିନ୍ତୁ ଏହା ଏକ ଆବାସିକ ଘର, ଭିତରେ ଥିବା କିଛି ଲୋକ ଏସ୍‌ଏଚ୍‌ଓଙ୍କୁ ଡାକ୍ତରୀ ସହାୟତା ମାଗୁଥିଲେ। କିନ୍ତୁ ସେମାନେ ଚଢ଼ଉ ପାଇଁ ପୂରା କମ୍ପ୍ଲେକ୍ସ ବନ୍ଦ କରିଦେଇଥିଲେ।

ସିଆରପିଏଫ୍‌ ଅଧିକାରୀ ପ୍ରଦୀପ କୁମାର କହିଛନ୍ତି, “ମଧ୍ୟପ୍ରଦେଶ ପୁଲିସ୍‌ ଆମକୁ ଆମ କାମ କରିବାକୁ ଦେଉନି। ସେମାନେ ଆମକୁ ଗାଳିଗୁଲଜ କରୁଛନ୍ତି। ଆମେ କେବଳ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶ ପାଳନ କରୁଛୁ। ଆମକୁ ନିର୍ଦ୍ଦେଶ ରହିଛି ଭିତରକୁ କାହାରିକୁ ଛଡ଼ାଯିବନି। ଚଢ଼ଉ ପ୍ରକ୍ରିୟା ଚାଲୁ ରହିଛି, ତେଣୁ ଭିତରକୁ କାହାରିକୁ ଛାଡ଼ିବୁନାହିଁ।”

ଏହାପରେ ଏମପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗରେ ସିବିଆଇ ରେଡ୍ ବେଳେ ମମତାଙ୍କ ଆଭିମୁଖ୍ୟ ଯାହା କମଲନାଥ ସରକାରଙ୍କ ଆଭିମୁଖ୍ୟ ସମାନ ବୋଲି ଶିବରାଜ କହିଛନ୍ତି।

ସାରା ଦେଶରେ ଆଚରଣ ବିଧି ଲାଗୁ ହୋଇଥିବାବେଳେ କାହା ଇଙ୍ଗିତରେ ପୁଲିସ ରେଡ୍ ହୋଇଥିବା ସ୍ଥାନକୁ ଗଲା ବୋଲି ଶିବରାଜ ସିଂହ ପ୍ରଶ୍ନ କରିଛନ୍ତି। ଆଇଟି ରେଡ ବେଳେ କାହାରିକୁ ପ୍ରବେଶ ପାଇଁ ଅନୁମତି ନଥିବାବେଳେ ପୁଲିସ କିପରି ଗଲା ଏହା ଅଗଣତାନ୍ତ୍ରିକ ବୋଲି ସେ କହିଛନ୍ତି।

ତେବେ ଏହାକୁ ନେଇ କଂଗ୍ରେସ କୌଣସି ପ୍ରତିକ୍ରିୟା ରଖି ନାହିଁ। ହେଲେ କଂଗ୍ରେସର ବରିଷ୍ଠ ନେତା ଚିଦାମ୍ବରମ ଟ୍ବିଟ୍ କରି କହିଛନ୍ତି ଆଇଟି ରେଡ୍ ସ୍ବାଗତ ଯୋଗ୍ୟ। ହେଲେ ନିର୍ବାଚନକୁ ଆଖି ଆଗରେ ରଖି ରେଡ୍ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ଦାବି କରିଛନ୍ତି। ଆଗାମୀ ଦିନରେ ତାଙ୍କ ତାମିଲନାଡ଼ୁ ସ୍ଥିତ ଭବନରେ ରେଡ ହେବ ବୋଲି ସେ ଟ୍ବିଟରରେ ଉଲ୍ଲେଖ କରିଛନ୍ତି।



from Odisha Reporter http://bit.ly/2Vt0FeY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages