ଚାଲିଗଲେ ବର୍ଷୀୟାନ ସଂଗୀତ ନିର୍ଦ୍ଦେଶକ ବାସୁଦେବ ରଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

ଚାଲିଗଲେ ବର୍ଷୀୟାନ ସଂଗୀତ ନିର୍ଦ୍ଦେଶକ ବାସୁଦେବ ରଥ

କଟକ : ବର୍ଷୀୟାନ ସଂଗୀତ ନିର୍ଦ୍ଦେଶକ ବାସୁଦେବ ରଥଙ୍କ ଆଜି ରାତିରେ ପରଲୋକ ଘଟିଛି। ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। କଟକର SCBରେ ରବିବାର ରାତି ୯ଟା ୧୫ ରେ ତାଙ୍କର ପରଲୋକ ହୋଇଛି। ବାସୁଦେବଙ୍କ ବିୟୋଗ ନେଇ ସୂଚନା ଦେଇଛନ୍ତି ତାଙ୍କ ଝିଅ ବିଦିଶା।

ସୂଚନା ମୁତାବକ, ବାସୁଦେବ ରଥ ଅନେକ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କର ଏକ ମାତ୍ର କନ୍ୟା ଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ବାସୁଦେବ ରଥ ୧୯୭୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ସାକ୍ଷୀ ଗୋପୀନାଥ’ରେ ପ୍ରଥମେ ସଂଗୀତ ନିର୍ଦ୍ଦେଶନା ଦେଇ କ୍ୟାରିୟର ଆରମ୍ଭ କରିଥିଲେ।

ବାସୁଦେବ ରଥ ୧୯୭୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ସାକ୍ଷୀ ଗୋପୀନାଥ’ରେ ପ୍ରଥମେ ସଂଗୀତ ନିର୍ଦ୍ଦେଶନା ଦେଇ କ୍ୟାରିୟର ଆରମ୍ଭ କରିଥିଲେ। ୧୯୫୬ ମାର୍ଚ୍ଚ ୭ରେ ଜନ୍ମଗ୍ରହଣ କରିଥିଲେ। ରେଭେନ୍‌ସା କଲିଜିଏଟ ସ୍କୁଲରେ ବାସୁଦେବ ସପ୍ତମ ଶ୍ରେଣୀ ଯାଏଁ ପାଠ ପଢିଥିଲେ । ପରେ ସେ ମାମୁଁଘର ଗାଁ ବୀରହରେକୃଷ୍ଣପୁରଠାରେ ପାଠପଢ଼ା ସମାପ୍ତ କରିଥିଲେ । ହାଇସ୍କୁଲ ବେଳରୁ ସେ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ ।

ବିଭିନ୍ନ ବାଦ୍ୟଯନ୍ତ୍ର କିଣି ନିଜେ ବଜେଇ ଶିଖିବା ସହ, ଗୁରୁ ସୁଧାକରଙ୍କଠାରୁ ତବଲା ବାଦନ ଶିକ୍ଷାକରିଥିଲେ । ସଙ୍ଗୀତ ଶିକ୍ଷାକୁ ପିତା ସୋମନାଥ ରଥ ବିରୋଧ କରୁଥିଲେ ମଧ୍ୟ, ସେ ନିଜ ସଙ୍ଗୀତ ସାଧନାରୁ ବିଚ୍ୟୁତ ହୋଇନଥିଲେ । “ବାସୁଦେବ ରଥ ଆଣ୍ଡ ପାର୍ଟି” ନାମରେ ସେ ଏକ ଅର୍କେଷ୍ଟ୍ରା ଦଳ ଗଢ଼ିଥିଲେ । କଟକର ଛତ୍ରବଜାରରୁ ଏହି ଅର୍କେଷ୍ଟ୍ରାଦଳ ସଙ୍ଗୀତ ପରିବେଷଣ ଆରମ୍ଭ କରି, ପରେ କଟକ ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନରେ ସଙ୍ଗୀତ ପରିବେଷଣ କରିଥିଲା । ୧୯୭୫ ମସିହାରେ ସାକ୍ଷୀ ଗୋପିନାଥ କଥାଚିତ୍ରରେ ତାଙ୍କୁ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶନା ଦେବାର ସୁଯୋଗ ମିଳିଥିଲା।



from Odisha Reporter http://bit.ly/2UmMvzn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages