
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କଂଗ୍ରେସରେ ଟିକେଟ ବଣ୍ଟନକୁ ନେଇ ହଟଚମଟ ଜାରି ରହିଛି। ଏମିତିକି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଲାଗି ହାତରେ ଆଉ ମାତ୍ର ୩ ଘଣ୍ଟା ସମୟ ଥିବା ବେଳେ ଏଯାଏଁ ପ୍ରାର୍ଥୀଙ୍କୁ ଟିକେଟ ମିଳିନି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନର ଶେଷ ଦିନ।
ତେବେ ଧର୍ମଶାଳା ବିଧାନସଭା ଆସନ ପାଇଁ କିଷାନ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲେ ମଧ୍ୟ ତାଙ୍କୁ ଏ ଯାଏଁ ଟିକେଟ ଦିଆଯାଇ ନାହିଁ। ଦୁଇ ଦିନ ତଳେ ଧର୍ମଶାଳା ପାଇଁ ପ୍ରାର୍ଥୀ ବଦଳାଇଥିଲା କଂଗ୍ରେସ।
ସ୍ମୃତିରେଖା ପହିଙ୍କ ଜାଗାରେ କିଷାନଙ୍କ ନାଁ ଘୋଷଣା ହୋଇଥିଲା। ନାଁ ଘୋଷଣା ହୋଇଥିଲେ ବି କିଷାନଙ୍କୁ ଟିକେଟ ମିଳିପାରିନାହିଁ। ଟିକେଟ ପାଇଁ ଏବେ ପିସିସି ସଭାପତିଙ୍କ ଘରେ ବସିଛନ୍ତି କିଷାନ। ନାମାଙ୍କନ ଦାଖଲ ପାଇଁ ଆଜି ଆଉ ମାତ୍ର ୩ ଘଣ୍ଟା ସମୟ ଅଛି।
from Odisha Reporter http://bit.ly/2GbIlli
No comments:
Post a Comment