ଆସିଲା ରଜନୀକାନ୍ତଙ୍କ ଫିଲ୍ମ “ଦର୍‌ବାର୍‌”ର ଫାଷ୍ଟ ଲୁକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ଆସିଲା ରଜନୀକାନ୍ତଙ୍କ ଫିଲ୍ମ “ଦର୍‌ବାର୍‌”ର ଫାଷ୍ଟ ଲୁକ୍‌

ମୁମ୍ବାଇ: ସାଉଥ୍‌ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ “ଦର୍‌ବାର୍‌”ର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି। “ଦର୍‌ବାର୍‌”ରେ ରଜନୀକାନ୍ତ ଜବର୍‌ଦସ୍ତ ଲୁକ୍‌ରେ ଦେଖାଯାଉଛନ୍ତି। ଏହି ଫିଲ୍ମର ନାମ “ଦର୍‌ବାର୍‌” ରଖାଯିବା ଆଗରୁ “ଥଲାଇବାର୍‌ ୧୬୭” ରଖାଯାଇଥିଲା। ଏ. ଆର୍‌. ମୁରୁଗାଦୋଷ ଏହି ଫିଲ୍ମର ନିଦ୍ଦେର୍ଶନା ଦେଇଛନ୍ତି।

ପୋଷ୍ଟର ଦେଖି ଏହା ଜଣା ପଡ଼ୁଛି ଯେ, ରଜନୀକାନ୍ତ ଏଥିରେ ପୁଲିସ୍‌ ଚରିତ୍ରରେ ଅଭିନୟ କରୁଛନ୍ତି। ରଜନୀକାନ୍ତ ଏଥିରେ ଏକ ଜବର୍‌ଦସ୍ତ ଭୂମିକା ସହ ପୂରା ଧମାକା କରିବାକୁ ଯାଉଛନ୍ତି। ପୋଷ୍ଟର୍‌ରେ ରଜନୀକାନ୍ତଙ୍କ ପଛପଟେ ପୁଲିସ୍‌ ବେଲ୍ଟ, ହାତକଡ଼ି, ସନ୍ଧାନୀ କୁକୁର, ବନ୍ଧୁକ, ଗେଟ୍‌ ୱେ ଅଫ୍‌ ଇଣ୍ଡିଆ ଥିବାର ଦେଖିବାକୁ ମିଳୁଛି।

ଏହା ସହ ରଜନୀକାନ୍ତ ମଧ୍ୟ ଚଷମା ଏବଂ ଦାଢ଼ି ରଖିଥିବାର ଦେଖାଯାଉଛନ୍ତି। ଗେଟ୍‌ ୱେ ଅଫ୍‌ ଇଣ୍ଡିଆ ପୋଷ୍ଟର୍‌ରେ ଥିବାର ଦେଖି ଏହି ଫିଲ୍ମଟି ମହାନଗରୀ ମୁମ୍ବାଇ ଉପରେ ଆଧାରିତ ଥିବା ଅନୁମାନ କରାଯାଉଛି।

ଏହି ପୋଷ୍ଟରରେ ଏକ ଆକର୍ଷିତ କରୁଥିବା ପଞ୍ଚ ଲାଇନ୍‌ ମଧ୍ୟ ରହିଛି। ଏହା ପୂର୍ବରୁ ମୁରୁଗାଦାସ୍‌ଙ୍କ ଆକ୍ସନ୍‌ ଫିଲ୍ମ “ତୁପ୍‌କୀ” ମଧ୍ୟ ମୁମ୍ବାଇ ସହର ଉପରେ ଆଧାରିତ ଥିଲା। ରଜନୀକାନ୍ତଙ୍କ ଏହି ଫିଲ୍ମ ୨୦୨୦ରେ ପୋଙ୍ଗଲ୍‌ ପର୍ବ ଅବସରରେ ରିଲିଜ୍‌ ହେବ।

ଏହା ପୂର୍ବରୁ ରଜନୀକାନ୍ତଙ୍କ ଫିଲ୍ମ “ପିଟ୍ଟା” ଏବଂ “2.0” ମଧ୍ୟ ଦର୍ଶକଙ୍କୁ ବହୁତ ପସନ୍ଦ ଆସିବା ସହ ଭଲ ରୋଜଗାର କରିଥିଲା। ଏହାର ବହୁତ ବ୍ୟବଧାନ ପରେ ‘ଦର୍‌ବାର୍‌’ର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି।



from Odisha Reporter http://bit.ly/2UIesRA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages