ବିଜେପିରେ ମିଶିଲେ ୧୦ ହଜାର ବିଜେଡି କର୍ମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ବିଜେପିରେ ମିଶିଲେ ୧୦ ହଜାର ବିଜେଡି କର୍ମୀ

ଭଦ୍ରକ (ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଆଜି ବିଜେପିର ଏକ ବଡ଼ ଧରଣର ମିଶ୍ରଣ ପର୍ବ ହୋଇଛି। ଦିଗଛିଆ ମୁନି ପଡ଼ିଆରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପ୍ରାୟ ୧୦ ହଜାରରୁ ଅଧିକ ବିଜେଡି କର୍ମୀ ଓ ନେତା ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବତନ ଜିଲ୍ଲା ବିଜେଡି ଉପସଭାପତି ପ୍ରତାପ ଚନ୍ଦ୍ର ଧଳଙ୍କ ନେତୃତ୍ୱରେ ଏହି କର୍ମୀମାନେ ଆଜି ଦଳରେ ସାମିଲ ହୋଇଛନ୍ତି।

ଏହି ମିଶ୍ରଣ ପର୍ବରେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର, ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ, ଅର୍ଜୁନ ସେଠୀ, ମନମୋହନ ସାମଲ ଓ ଦଳର ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ମିଶ୍ରଣ ପର୍ବରେ ଏତେ ସଂଖ୍ୟାରେ ଲୋକେ ବିଜେପିରେ ସାମିଲ ହୋଇଥିବାରୁ ଏଥର ପରିବର୍ତ୍ତନ ନିଶ୍ଚିତ ବୋଲି ବିଜେପି ନେତାମାନେ ମତ ଦେଇଛନ୍ତି।

ବିଜେପି ନେତା ପ୍ରତାପ ଧଳ କହିଛନ୍ତି, “ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ୪୨ ବର୍ଷ ଧରି ବିଜେଡିର ନେତୃତ୍ୱ ନେଇଥିଲି। ମାତ୍ର ବିଜେଡି ନେତୃବୃନ୍ଦ ମୋ ପ୍ରତି ଅନ୍ୟାୟ କଲେ। ସେଥିପାଇଁ ମୁଁ ବାଧ୍ୟ ହୋଇ ବିଜେଡି ଛାଡ଼ି ବିଜେପିରେ ମିଶିଲି।”

ବୈଜୟନ୍ତ ପଣ୍ଡା କହିଛନ୍ତି, “ରାଜ୍ୟରେ ପରିବର୍ତ୍ତନ ଓ ନରେନ୍ଦ୍ର ମୋଦିଙ୍କୁ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଆଜି ପ୍ରତାପବାବୁଙ୍କ ସମେତ ୧୦ ହଜାର ବିଜେଡି କର୍ମୀ ବିଜେପିରେ ମିଶିଛନ୍ତି। ଏଠାରେ ନିଶ୍ଚିତ ପରିବର୍ତ୍ତନ ହେବ।”



from Odisha Reporter http://bit.ly/2CYqnk5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages