ନବ ଦାସଙ୍କ ନିର୍ବାଚନୀ ପ୍ରଚାର: ମରୁଡ଼ି ହୋଇନଥିଲେ ବି କରାଇ ଦେବୁ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ନବ ଦାସଙ୍କ ନିର୍ବାଚନୀ ପ୍ରଚାର: ମରୁଡ଼ି ହୋଇନଥିଲେ ବି କରାଇ ଦେବୁ !

କୁଚିଣ୍ଡା(ଓଡ଼ିଶା ରିପୋର୍ଟର): ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେଡି ନେତା ପ୍ରତାପ ଜେନାଙ୍କ ପରେ ଭୋଟରଙ୍କୁ ଖୋଲାଖୋଲି ଲୋଭ ଦେଖାଇଲେ ଝାରସୁଗୁଡ଼ାର ବିଜେଡି ପ୍ରାର୍ଥୀ ନବ ଦାସ। କୁଚିଣ୍ଡାରେ ଏକ ନିର୍ବାଚନୀ ସଭାରେ ନବ ଦାସ ଭାଷଣ ଦେବା ବେଳେ ଲୋକଙ୍କୁ ଲୋଭ ଦେଖାଇଥିବା ଦେଖିବାକୁ ମିଳିଛି। ନିଜ ଭାଷଣରେ ନବ କହିଥିଲେ ଯେ, ଯଦି କୁଚିଣ୍ଡାରେ ଉନ୍ନତି ଚାହୁଁଛ, ତେବେ ବିଜେଡିକୁ ଭୋଟ ଦିଅ। ଆପଣଙ୍କ ଦାବି ନବୀନ ପଟ୍ଟନାୟକଙ୍କ ନିକଟରେ ପହଞ୍ଚାଇବି।

କେବଳ ଏତିକି ନୁହେଁ, ପ୍ରତ୍ୟେକ SHG ଗ୍ରୁପ୍‌କୁ ଦୁଇଟି ଲେଖାଏ ଘର ଯୋଗାଇ ଦେବୁ। ଏମିତିକି ମରୁଡ଼ି ହୋଇ ନଥିଲେ ମଧ୍ୟ ମରୁଡ଼ି ଘୋଷଣା କରି ଚାଷୀମାନଙ୍କୁ ସହାୟତା ଦେବୁ ବୋଲି କହିଛନ୍ତି ନବ ଦାସ।

ପୂର୍ବରୁ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ସମାନ ଧରଣର ଲୋଭ ଦେଖାଇଥିଲେ। ସାଲେପୁରର ମାଳଠାରେ ଆୟୋଜିତ ଏକ ବିଜେଡି ସଭାରେ ଭୋଟ୍ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଲୋଭ ଦେଖାଇଥିଲେ ମନ୍ତ୍ରୀ ପ୍ରତାପ ଜେନା। ସାଲେପୁର ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ଯେଉଁ ପଞ୍ଚାୟତ ଅଧିକ ଭୋଟ୍ ଦେବ ସେହି ପଞ୍ଚାୟତକୁ ୩୫ ଲକ୍ଷ ଓ ବୁଥ୍‌କୁ ୧୫ ଲକ୍ଷ ଟଙ୍କା ଦିଆଯିବ ବୋଲି ମନ୍ତ୍ରୀ ଖୋଲାଖୋଲି ଘୋଷଣା କରିଥିଲେ। ଯାହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା।



from Odisha Reporter http://bit.ly/2Vs5FjW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages