ମୋଦିଙ୍କ ପ୍ରଚାର ପାଇଁ ଗୁଜରାଟ ଫେରିଲେ ୧ ହଜାର ପ୍ରବାସୀ ଭାରତୀୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ମୋଦିଙ୍କ ପ୍ରଚାର ପାଇଁ ଗୁଜରାଟ ଫେରିଲେ ୧ ହଜାର ପ୍ରବାସୀ ଭାରତୀୟ

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଗୁଜରାଟରେ ପ୍ରଚାର କରିବାପାଇଁ ବିଦେଶରେ ରହୁଥିବା ୧ ହଜାର ପ୍ରବାସୀ ଭାରତୀୟ ଭାରତ ଫେରିଛନ୍ତି। ଗେରୁଆ ଉତ୍ତରୀୟ, ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ ନାରା ଲେଖାଥିବା କ୍ୟାପ୍‌, ‘ଫିର୍‌ ଏକବାର୍‌ ମୋଦି ସରକାର’ ସ୍ଲୋଗାନ ଲେଖା ହୋଇଥିବା ଟି ଶାର୍ଟ ପିନ୍ଧି ସେମାନେ ବୁଲୁଥିବା ସୂଚନା ମିଳିଛି। ହାତରେ ପଦ୍ମ ଧରି ସେମାନେ ପ୍ରଚାର ପତ୍ର ମଧ୍ୟ ବାଣ୍ଟୁଛନ୍ତି।

ସେମାନେ ମୁଖ୍ୟତଃ ଆମେରିକା, ବ୍ରିଟେନ୍‌, କ୍ୟାନାଡା, ନ୍ୟୁଜିଲ୍ୟାଣ୍ଡ ଏବଂ କିଛି ଆଫ୍ରିକୀୟ ଦେଶରେ ବର୍ତ୍ତମାନ ରହୁଛନ୍ତି। ନୀରବ ପଟେଲ ନାମକ ଜଣେ ଆଇଟି ପ୍ରଫେସନାଲ ଆମେରିକାର ସିକାଗୋରେ ଏକ ଆଇଟି କମ୍ପାନୀ ଚଲାନ୍ତି। ସେହିଭଳି ନରେନ୍‌ ମେହେଟା ଉଗାଣ୍ଡାରେ ଉତ୍ପାଦନ ବ୍ୟବସାୟ କରିନ୍ତି। ସେ ମୋଦିଙ୍କ ସ୍ୱଚ୍ଛ ଭାରତ ପ୍ରୟାସରେ ପ୍ରଭାବିତ ହୋଇ ବିଜେପି ପାଇଁ ପ୍ରଚାର କରୁଛନ୍ତି।

ସେହିଭଳି ଡକ୍ଟର ଇନ୍ଦ୍ରବଦନ ପଟେଲ ନାମକ ଜଣେ ଡାକ୍ତର ଯେ କି ଆମେରିକାରେ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ପାଇଁ ଫଣ୍ଡ ଯୋଗାଡ଼ କରିଥିଲେ, ସେ ମଧ୍ୟ ବର୍ତ୍ତମାନ ଖେଡ଼ା, ମେହସନା ଏବଂ ଗାନ୍ଧିନଗର ନିର୍ବାଚନମଣ୍ଡଳୀରେ ପ୍ରଚାର କରୁଛନ୍ତି। ‘ଚାୟ ପେ ଚର୍ଚ୍ଚା’ ଆୟୋଜନ ସହିତ ବିଭିନ୍ନ ସ୍ଥାନରେ ବାଇକ୍‌ ରାଲି କରି ସେମାନେ ପ୍ରଚାର କରୁଛନ୍ତି।



from Odisha Reporter http://bit.ly/2Gp5YG3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages