
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଅମିତ ଶାହ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ ଆସିଥିବା ସମସ୍ତ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ମାମଲାର ଶୁଣାଣି ଆସନ୍ତାକାଲି ହେବ। ଏହି ୩ ହେଭିୱେଟ୍ ଆଚରଣ ବିଧି ଉଲ୍ଲଙ୍ଘନ କରିଛନ୍ତି କି ନାହିଁ, ଯଦି କରିଛନ୍ତି, ତା’ହେଲେ ଏମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ, ଏସବୁ ବିଷୟରେ ତର୍ଜମା କରିବା ପାଇଁ ନିର୍ବାଚନ କମିଶନ ବୈଠକ ଡାକିଛନ୍ତି। ନିର୍ବାଚନ କମିଶନର ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଅରୋରା ଆଲୋଚନା କରିବା ପରେ ଏ ସଂକ୍ରାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।
ନିର୍ବାଚନ ପ୍ରଚାର ବେଳେ ଏୟାର ଷ୍ଟ୍ରାଇକ୍ ଓ ସେନାଙ୍କ ନାଁ ରାଜନେତା ନ ଉଠାଇବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ। ହେଲେ ପ୍ରଧାନମନ୍ତ୍ରୀ ମୋଦି ସେନା ଓ ଏୟାର ଷ୍ଟ୍ରାଇକ୍ ନାଁରେ ଭୋଟ୍ ମାଗିଥିବା ଅଭିଯୋଗ ହୋଇଛି। ସେହିପରି ଅମିତ ଶାହ ପ୍ରଚାର ବେଳେ ‘ମୋଦି ସେନା’ ଶବ୍ଦର ବ୍ୟବହାର କରି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ରାହୁଲ ଗାନ୍ଧିଙ୍କ ଚୌକିଦାର ଚୋର ହୈ ସ୍ଲୋଗାନ ବିରୋଧରେ ବିଜେପି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି।
from Odisha Reporter http://bit.ly/2GR34Lp
No comments:
Post a Comment