ସଚିନଙ୍କ ସହ ପ୍ରଥମଥର ଭୋଟ୍ ଦେଲେ ପୁଅ ଓ ଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 29, 2019

ସଚିନଙ୍କ ସହ ପ୍ରଥମଥର ଭୋଟ୍ ଦେଲେ ପୁଅ ଓ ଝିଅ

ମୁମ୍ବାଇ: ଲୋକସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ସୋମବାର ୯ ରାଜ୍ୟରେ ୭୧ ସିଟ୍ ପାଇଁ ମତଦାନ ହୋଇଛି। ମହାରାଷ୍ଟ୍ରର ୧୭ ସିଟ୍ ପାଇଁ ଆଜି ଭୋଟ୍ ହୋଇଛି। ଦେଶର ଏହି ମହାନ୍ ଗଣତାନ୍ତ୍ରିକ ପର୍ବରେ ନିଜକୁ ସାମିଲ୍ କରିଛନ୍ତି ମାଷ୍ଟର ବ୍ଲାଷ୍ଟର୍ ତଥା କ୍ରିକେଟ୍ ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର।

ସଚିନ ନିଜ ପତ୍ନୀ ଅଞ୍ଜଳୀ, ଝିଅ ସାରା ଓ ପୁଅ ଅର୍ଜୁନଙ୍କ ସହ ଭୋଟ୍ ଦେଇଛନ୍ତି। ସଚିନଙ୍କ ପରିବାର ବାନ୍ଦ୍ରାସ୍ଥିତ ଏକ ଭୋଟିଂ ସେଣ୍ଟରରେ ଭୋଟ୍ ଦେଇଛନ୍ତି। ତେବେ ବଡ଼ କଥା ହେଉଛି ସଚିନଙ୍କ ଝିଅ ସାରା ଓ ପୁଅ ଅର୍ଜୁନ୍ ପ୍ରଥମଥର ପାଇଁ ଭୋଟ୍ ଦେଇଛନ୍ତି। ସାରାଙ୍କ ବୟସ ୨୧ ଏବଂ ଅର୍ଜୁନଙ୍କ ବୟସ ୧୯ ବର୍ଷ।

ଭୋଟ୍ ଦେବା ପରେ ସଚିନ ସୋଶାଲ ମିଡିଆରେ ନିଜ ପରିବାର ସହ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ‘ପ୍ରତ୍ୟେକ ନାଗରିକ ଭୋଟ୍ ଦେବା ଦରକାର, ଏହା ଆମ ଦେଶ ପାଇଁ ନିହାତି ଆବଶ୍ୟକ। ସାରା ଓ ଅର୍ଜୁନ ପ୍ରଥମଥର ପାଇଁ ଭୋଟ୍ ଦେଇଛନ୍ତି ଏବଂ ସେମାନଙ୍କ ସହ ଆସିବା ଏକ ନିଆର ଅନୁଭୂତି।’

ସଚିନଙ୍କ ବ୍ୟତୀତ ଆଉ କିଛି କ୍ରୀଡ଼ାବିତ୍ ମଧ୍ୟ ଆଜି ଭୋଟ୍ ଦେଇଛନ୍ତି। ଏଥିରେ ସଚିନଙ୍କ ପିଲାଦିନର ବନ୍ଧୁ ତଥା ସାଥୀ କ୍ରିକେଟର ବିନୋଦ କାମ୍ବଲୀ, କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର, କ୍ରିକେଟ୍ କମେଣ୍ଟେଟର୍ ହର୍ଷା ଭୋଗଲେ, ଟେନିସ୍ ତାରକା ମହେଶ ଭୂପତି ଏବଂ ପୂର୍ବତନ ହକି ଖେଳାଳି ବୀରେନ୍ ରସକିନା ସାମିଲ୍ ଅଛନ୍ତି।



from Odisha Reporter http://bit.ly/2XVpmBv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages