
ବାଲୁଗାଁ(ଓଡ଼ିଶା ରିପୋର୍ଟର): ଚିଲିକା ଆମର ମାଆ ଏବଂ ଓଡ଼ିଶାର ଗର୍ବ। ଚିଲିକା ହଜାର ହଜାର ମତ୍ସ୍ୟଜୀବୀଙ୍କୁ ଜୀବିକା ଦେଇଛି। ହେଲେ କେନ୍ଦ୍ର ସରକାର ଚିଲିକାକୁ ନଷ୍ଟ କରିଦେବାକୁ ଚକ୍ରାନ୍ତ କରୁଛନ୍ତି। ବାଣପୁର ନିର୍ବାଚନୀ ସଭାରେ ଏଭଳି ମନ୍ତବ୍ୟ ଦେଇ ଚିଲିକା କାର୍ଡ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସେ କହିଛନ୍ତି,“କେନ୍ଦ୍ର ସରକାର ମତ୍ସ୍ୟଜୀବୀଙ୍କ ଦାନାରେ ଧୂଳି ଦେବାକୁ ଚେଷ୍ଟା କରୁଛନ୍ତି। ମୁଁ ଥିବା ପର୍ଯ୍ୟନ୍ତ ଆପଣଙ୍କ ସ୍ୱାର୍ଥ ନଷ୍ଟ ହେବାକୁ ଦେବି ନାହିଁ। ମୁଁ ସବୁବେଳେ ଆପଣଙ୍କ ସହ ଅଛି।”
ମୁଖ୍ୟମନ୍ତ୍ରୀ କହିଛନ୍ତି, “କେନ୍ଦ୍ର କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି। ମୁଁ ଥିବା ଯାଏ ଏହାକୁ କେହି ବନ୍ଦ କରିପାରିବେନି।”
ମୁଖ୍ୟମନ୍ତ୍ରୀ ଆଜି ପୁରୀ ଲୋକସଭା କ୍ଷେତ୍ରରେ ମାରାଥନ ପ୍ରଚାର କରିଥିଲେ। ପ୍ରଥମେ ରଣପୁରରେ ପ୍ରଚାର କରିବା ପରେ ବାଣପୁରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିଲେ।
from Odisha Reporter http://bit.ly/2IJ30Ps
No comments:
Post a Comment