
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆକାଶରୁ ସତେ ଯେମିତି ଅଗ୍ନିବର୍ଷା ହେଉଛି। ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଉପକୂଳ ହେଉ କି ପଶ୍ଚିମ ଓଡ଼ିଶା, ସବୁଠି ତାତି ଅସହ୍ୟ ହେଉଛି। କ୍ରମାଗତ ଭାବେ ତାପମାତ୍ରା ବଢୁଛି। ତେବେ ତାଳଚେରରେ ତାତି ରେକର୍ଡ ଭାଙ୍ଗିଛି। ଆଜି ଏଠାରେ ତାପମାତ୍ରା ୪୬.୩ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ୧୩ଟି ସହର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି।
ଆଜି ଟିଟିଲାଗଡ଼ରେ ୪୪.୫, ଝାରସୁଗୁଡ଼ାରେ ୪୩.୨, ଅନୁଗୋଳରେ ୪୩.୧, ସମ୍ବଲପୁର ଓ ବଲାଙ୍ଗିରରେ ୪୩ ଡିଗ୍ରୀ, ଭବାନୀପାଟଣାରେ ୪୨.୫, ହୀରାକୁଦରେ ୪୧.୯, ସୋନପୁରରେ ୪୧.୬, ମାଲକାନଗିରିରେ ୪୧.୫, ସୁନ୍ଦରଗଡ଼ରେ ୪୧, କେନ୍ଦୁଝରରେ ୪୦.୬, ଚାନ୍ଦବାଲିରେ ୪୦.୫ ଓ ଭୁବନେଶ୍ୱର ତାପମାତ୍ରା ୩୮.୮ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି।
from Odisha Reporter http://bit.ly/2DArYx6
No comments:
Post a Comment