ଉଗାଣ୍ଡା ପାରା ବ୍ୟାଡମିଣ୍ଟନରେ ଡବଲ୍ ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ ଭଗତ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ଉଗାଣ୍ଡା ପାରା ବ୍ୟାଡମିଣ୍ଟନରେ ଡବଲ୍ ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ ଭଗତ୍

ଭୁବନେଶ୍ୱର: ଉଗାଣ୍ଡାର କାମ୍ପାଲା ସହରର ଲୁଗୋଗୋ ଇନଡୋର ଷ୍ଟାଡିୟମରେ ଚାଲିଥିବା ଉଗାଣ୍ଡା ପାରା ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ଷ୍ଟାର୍ ପାରା ଶଟଲର ପ୍ରମୋଦ ଭଗତ୍ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତି ବଡ଼ ସଫଳତା ଅର୍ଜନ କରିଛନ୍ତି।

ସିଙ୍ଗଲ୍ସ ଫାଇନାଲରେ ପ୍ରମୋଦ ଉମେଶ ବିକ୍ରମ କୁମାରଙ୍କୁ ୨୪-୨୨, ୨୧-୧୦ ଗେମରେ ପରାସ୍ତ କରି ଟାଇଟଲ୍ ଜିତିଛନ୍ତି। ଏହି ମୁକାବିଲାର ପ୍ରଥମ ଗେମ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। କିନ୍ତୁ ଦ୍ୱିତୀୟ ଗେମରେ ପ୍ରମୋଦ ଏକତରଫା ପ୍ରଦର୍ଶନ କରି ବିଜୟୀ ହୋଇଥିଲେ । ସିଙ୍ଗଲ୍ସରେ ଲଗାତାର ୭ ସ୍ୱର୍ଣ୍ଣ ପଦକ ଜିତି ପ୍ରମୋଦ ୱାର୍ଲ୍ଡ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିବା ସହ ଅଲିମ୍ପିକ୍ ଆଡକୁ ଆଉ ପାଦେ ଆଗେଇଛନ୍ତି।

ସେହିପରି ଡବଲ୍ସ ଫାଇନାଲରେ ପ୍ରମୋଦ ଓ ମନୋଜ ସରକାରଙ୍କ ଯୋଡ଼ି ସିଧାସଳଖ ୨୧-୧୩, ୨୧-୧୧ ଗେମରେ ଫ୍ରାନ୍ସର ଗ୍ୟାଲି ଗୁଇଲାଉମି ଓ ମାଥ୍ୟୁ ଥୋମାସଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛନ୍ତି। ପ୍ରମୋଦ ୪ ବର୍ଷ ପରେ ଅନ୍ତର୍ଜାତୀୟ ପ୍ରତିଯୋଗିତାର ଡବଲ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛନ୍ତି।

ଏହି ସଫଳତା ପରେ ପ୍ରମୋଦ କହିଥିଲେ, ‘ବର୍ତ୍ତମାନ ମୋ ପାଇଁ ଏହା ଆରମ୍ଭ ମାତ୍ର। ଆଗାମୀ ଦିନରେ ପାରା ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିବା ମୋର ଏକମାତ୍ର ଲକ୍ଷ୍ୟ। ଏହି ସଫଳତା ପଛରେ ମୋ କୋଚ୍, ପରିବାର, ଅଫିସ୍ ଷ୍ଟାଫ୍ ଏବଂ ଗଣମାଧ୍ୟମର ନିର୍ଣ୍ଣାୟକ ଭୂମିକା ରହିଛି।’

ସୂଚନାଯୋଗ୍ୟ, ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ଦେଶରୁ ୧୮୦ଜଣ ଖେଳାଳି ଭାଗ ନେଇଥିଲେ। ତେବେ ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ପ୍ରମୋଦ ଅଂଶଗ୍ରହଣ କରି ଭାରତ ପାଇଁ ସଫଳତା ଆଣିଛନ୍ତି।



from Odisha Reporter http://bit.ly/2IWYBbL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages