
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ମହିଳା ସଶକ୍ତିକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜ୍ଞାପନ ଉପରେ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର କହିଛନ୍ତି ଯେ, ନବୀନ ମହିଳା ସଶକ୍ତିକରଣ କଥା କହିବା ଲଙ୍କାରେ ହରି ଶବ୍ଦ ଭଳି। ବିଗତ ଦିନରେ ଘଟିଥିବା ପିପିଲି ନାବାଳିକା ଦୁଷ୍କର୍ମ ଓ କୁନ୍ଦୁଲି ଘଟଣା ଲୋକେ ଆଜି ବି ଭୁଲିନାହାନ୍ତି। ପିପିଲି ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିବା ବ୍ୟକ୍ତିଙ୍କୁ ବିଧାୟକ ପାଇଁ ଟିକେଟ ଦିଆଗଲା।
ସେହିପରି ଯୌନ କେଳେଙ୍କାରୀରେ ଫସିଥିବା ଆଉ ଜଣେ ନେତାଙ୍କୁ ଭୁବନେଶ୍ୱରର ଏକ ଆସନରେ ପ୍ରାର୍ଥୀ କରାଇ ବିଜେଡି ମହିଳା ସଶକ୍ତିକରଣ କଥା କହିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, ମହିଳା ସଶକ୍ତକରଣ କଥା କହୁଥିବା ମୁଖ୍ୟମନ୍ତ୍ରୀ ବେବିନା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ
ମୁଖ୍ୟ ଅଭିଯୁକ୍ତଙ୍କୁ ଟିକେଟ୍ ଦେଲେ । ଦୁଇ ଦିନ ତଳେ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ଅସଦାଚାରଣ ବିରୋଧରେ ନବୀନ ନିବାସରେ ଜଣେ ମହିଳା ଆତ୍ମାହୁତି ପାଇଁ ଉଦ୍ୟମ କରିଥିଲେ। ବିଗତ ୩ ବର୍ଷରେ ସରକାରୀ ଆଦିବାସୀ ଛାତ୍ରୀ ନିବାସରେ ୧୨ ଜଣ ନାବାଳିକା ଗର୍ଭବତୀ ହୋଇଛନ୍ତିା ମହିଳା ନେତୃତ୍ୱ କଥା ଉଲ୍ଲେଖ କରି ନବୀନ ବାବୁ ଅନ୍ତରାଷ୍ଟୀୟ ସ୍ତରର ନେତ୍ରୀମାନଙ୍କର ନ୍ୟୁଜିଲାଣ୍ଡ ଓ ଜର୍ମାନର ନାଁ ନେଇଛନ୍ତି ।
ମୋଦିଙ୍କ କ୍ୟାବିନେଟ୍ରେ ମନ୍ତ୍ରୀମାନଙ୍କ ମଧ୍ୟରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ବିଶ୍ୱରେ ମହିଳା ନେତୃତ୍ୱର ନୂଆ ମାପକାଠି ତିଆରି କରିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତିକରଣ ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ବିଜେପିକୁ ସମାଲୋଚନା କରିଥିଲେ। ମହିଳା ସଶକ୍ତିକରଣ ହିଁ ବିକାଶର ଡବଲ ଇଞ୍ଜିନ ବୋଲି କହିଥିଲେ।
from Odisha Reporter http://bit.ly/2FRlwlr
No comments:
Post a Comment