
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଏକ ବିବାଦୀୟ ବୟାନ ଦେଇ ଅଡ଼ୁଆରେ ପଡ଼ିଛନ୍ତି। ମୁସଲିମ ଲିଗ୍କୁ ଭାଇରସ୍ ବୋଲି କହିବା ସହ କଂଗ୍ରେସ ଏହି ଭାଇରସ୍ରେ ସଂକ୍ରମିତ ହୋଇଥିବା ଯୋଗୀ ଟ୍ୱିଟ କରି କହିଛନ୍ତି।
ସେ କହିଛନ୍ତି ବର୍ତ୍ତମାନ ଦେଶକୁ ମୁସଲିମ ଲିଗ୍ ଭାଇରସ ଆସିଛି ଏବଂ ଦେଶକୁ ପୁଣିଥରେ ଭାଗଭାଗ କରିବାକୁ ଚେଷ୍ଟା କରାଯାଉଛି। ଗତକାଲି ମୁସଲିମ୍ ଲିଗ୍ର ସବୁଜ ପତାକା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ରୋଡ୍ ଶୋ’ ବେଳେ ଦେଖିବାକୁ ମିଳିଥିବା ବେଳେ ଯୋଗୀ ଆଜି ଏକଥା କହିଛନ୍ତି।
ଯୋଗୀ କହିଛନ୍ତି, “୧୮୫୭ର ସ୍ୱାଧୀନତା ସଂଗ୍ରାମ ବେଳେ ମଙ୍ଗଳ ପାଣ୍ଡେଙ୍କ ସହ ପୂରା ଦେଶ ଇଂରେଜମାନଙ୍କ ବିରୋଧରେ ଏକାଠି ହୋଇ ଲଢ଼େଇ କରୁଥିଲା। ଏହାପରେ ମୁସଲିମ ଲିଗ୍ ଭାଇରସ ଦେଶକୁ ଆସିଥିଲା ଏବଂ ଏହାର ପରିଣାମ ଏମିତି ହୋଇଥିଲା ଯେ ପୂରା ଦେଶ ଭାଗଭାଗ ହୋଇଯାଇଥିଲା। ଏବେ ପୁଣି ସେଭଳି ବିପଦ ଆସିଛି। ପୁଣିଥରେ ସବୁଜ ପତାକା ଉଡ଼ିବା ଆରମ୍ଭ ହୋଇଛି।
କଂଗ୍ରେସ ମଧ୍ୟ ମୁସଲିମ ଲିଗ୍ର ସେହି ଭାଇରସରେ ସଂକ୍ରମିତ ହୋଇଛି। ଏଥିପ୍ରତି ସମସ୍ତେ ସତର୍କ ରହିବା ଦରକାର। ମୁସଲିମ ଲିଗ୍ ଏମିତି ଏକ ଭାଇରସ୍, ଯିଏ ଏଥିରେ ଥରେ ସଂକ୍ରମିତ ହେଲା, ସେଥିରୁ ବର୍ତ୍ତିବାର କୌଣସି ସୁଯୋଗ ନାହିଁ। ଏବେ ଦେଶର ପ୍ରମୁଖ ବିରୋଧୀ ଦଳ ସେହି ସଂକ୍ରମଣର ଶିକାର ହୋଇଛି। ଥରେ ଭାବନ୍ତୁ, ଏମାନେ ଯଦି ଜିତି ଯିବେ, ତା’ହେଲେ ଦେଶର ଅବସ୍ଥା କ’ଣ ହେବ? ଏହି ଭାଇରାସ୍ ପୂରା ଦେଶକୁ ବ୍ୟାପି ଯିବ।”
ଯୋଗୀଙ୍କ ଏଭଳି ନିମ୍ନସ୍ତରର ବୟାନକୁ ବିଭିନ୍ନ ମହଲରେ କଡ଼ା ନିନ୍ଦା କରାଯାଇଛି।
from Odisha Reporter http://bit.ly/2UgLNDQ
No comments:
Post a Comment