
ନୂଆଦିଲ୍ଲୀ: ନିର୍ବାଚନ ରଣାଙ୍ଗନରେ ଉତ୍ତୀର୍ଣ୍ଣ ହେବା ପାଇଁ ଯୁବ ଭୋଟର ପାଲଟିଛନ୍ତି ସମସ୍ତ ରାଜନୈତିକ ଦଳର ପ୍ରଥମ ପସନ୍ଦ। ଚେନ୍ନାଇ ପରେ ମହାରାଷ୍ଟ୍ର ପୁଣେର ଏକ କଲେଜରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ପ୍ରଚାର କରିଛନ୍ତି କଂଗ୍ରେସ ଅଧ୍ଯକ୍ଷ।
ଏହି ସମୟରେ ରାହୁଲ ଗାନ୍ଧିଙ୍କୁ ଜଣେ ଛାତ୍ର ପଚାରିଥିଲେ ‘ କଂଗ୍ରେସ ନିର୍ବାଚନୀ ଇସ୍ତାହାର ଅନୁଯାୟୀ ଯଦି ଦେଶର ୨୦ ପ୍ରତିଶତ ଗରିବଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ଦେବେ, ଏହି ଫଣ୍ଡ କେଉଁଠୁ ଆସିବ?’ ଜବାବରେ ରାହୁଲ ଗାନ୍ଧି କହିଛନ୍ତି ତାଙ୍କ ଦଳ କ୍ଷମତାକୁ ଆସିଲେ ଅନୀଲ ଅମ୍ବାନୀ, ନିରବ ମୋଦି, ମେହୁଲ ଚୌକସି, ବିଜୟ ମାଲ୍ଯାଙ୍କ ପକେଟରୁ ଟଙ୍କା ଆଣି ଗିରବଙ୍କୁ କଂଗ୍ରେସ ଦେବ ବୋଲି ସେ କହିଛନ୍ତି। ତେବେ ମଧ୍ଯମବର୍ଗ ପରିବାର ଉପରେ ଟ୍ଯାକ୍ସ ବୋଝ ଅଧିକ ପଡ଼ିବ ନାହିଁ ବୋଲି ଏହି ମର୍ମରେ କହିଛନ୍ତି।
WATCH: CP @RahulGandhi in conversation with our changemakers in Pune. #RahulGandhiStudentsInteraction https://t.co/WpDME1pANO
— Congress (@INCIndia) April 5, 2019
ରାହୁଲ କହିଛନ୍ତି ତାଙ୍କ ଦଳ ସମସ୍ତ ହିସାବ କରିନେଇଛି, ପଇସା କେଉଁଠୁ ଆସିବ ଏବଂ କେମିତି ଲୋକଙ୍କୁ ଦିଆଯିବ। ପ୍ରଥମେ ପାଇଲଟ ପ୍ରୋଜେକ୍ଚ ଭାବେ ଲାଗୁ ହେବ ଏହାପରେ ସମସ୍ତ ଦେଶରେ ଲାଗୁ ହେବ ବୋଲି ସେ କହିଛନ୍ତି।
ରୋଜଗାର ପ୍ରସଙ୍ଗରେ ସେ କହିଛନ୍ତି ପ୍ରତି ଦିନ ୨୭ ହଜାର ଚାକିରି ପ୍ରତିବର୍ଷ ଆମ ଦେଶର ଯୁବକ ହରାଉଛନ୍ତି। ହେଲେ ଚାଇନା ରୋଜଗାର ଦେବାରେ ଆଗକୁ ବଢ଼ୁଛି, କ୍ଷମତାକୁ ଆସିଲେ ଚାଇନା ଶୈଳୀରେ ଭାରତରେ ନିଯୁକ୍ତି ହାର ବଢ଼ାଯିବ ବୋଲି ସେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ ବେଳେ କହିଛନ୍ତି।
ବିମୁଦ୍ରିକରଣ ଏବଂ ଜିଏସଟି ପାଇଁ ଦେଶର ଅର୍ଥବ୍ଯବସ୍ଥା ପଛରେ ପଡ଼ିଛି, ଅର୍ଥବ୍ଯବସ୍ଥାକୁ ସଠିକ ଦିଗରେ ଆଣିବା ପାଇଁ ସମସ୍ତ ଚେଷ୍ଟା କରାଯିବ ବୋଲି କଂଗ୍ରେସ ଅଧ୍ଯକ୍ଷ ଦୋହରାଇଛନ୍ତି।
ସୂଚନାଯୋଗ୍ଯ କଂଗ୍ରେସ ତାର ନିର୍ବାଚନୀ ଇସ୍ତାହାରରେ ଚାଷୀ, ଗରିବ, ସେନା ଆଦି ସମସ୍ତଙ୍କ ପାଇଁ ଅନେକ ପ୍ରତିଶୃତି ଦେଇଛି। ଦେଶର ୨୦ ପ୍ରତିଶତ ଗରିବଙ୍କୁ ମାସିକ ୬ ହଜାର ଟଙ୍କା, ବାର୍ଷିକ ୭୨ ହଜାର ଟଙ୍କା ଦେବ ବୋଲି ନିର୍ବାଚନୀ ଇସ୍ତାହାରରେ କହିଛି। ଯାହାକୁ ନେଇ ଶାସକ ଦଳ ବିଜେପି ଓ ଅନ୍ଯାନ୍ଯ ଦଳ ପ୍ରଶ୍ନ ଉଠାଇଛନ୍ତି।
from Odisha Reporter http://bit.ly/2Vlp0mF
No comments:
Post a Comment