ବିଜେଡିର ଭେଟ ପର୍ବ ବନାମ ବିଜେପିର ପ୍ରତିଶ୍ରୁତି: କାହା ପଟକୁ ଢଳିବେ ଦିଲୀପ ?   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 5, 2019

ବିଜେଡିର ଭେଟ ପର୍ବ ବନାମ ବିଜେପିର ପ୍ରତିଶ୍ରୁତି: କାହା ପଟକୁ ଢଳିବେ ଦିଲୀପ ?  

ରାଉରକେଲା(ପୱନ ତିୱାରୀ): ରାଜନୀତିରେ କେହି କାହାର ଶତ୍ରୁ ନୁହଁନ୍ତି କି କେହି କାହାର ମିତ୍ର ନୁହଁନ୍ତି। ଏ କଥାଟି ଯଥାର୍ଥ ବୋଲି କୁହାଯାଇପାରେ। କାରଣ ରାଜନୀତି କଲାବେଳେ ପ୍ରତି ମୁହୂର୍ତ୍ତରେ ବଦଳିଯାଏ ସମୀକରଣ। କେତେବେଳେ କାହା କାନ୍ଧରେ ହାତ ପଡେ କେତେବେଳେ ପଥ ଅଲଗା ହୁଏ। କଥାଟି କହିବାର ପ୍ରମୁଖ କାରଣ ହେଉଛି ପୂର୍ବତନ ବରିଷ୍ଠ ବିଜେପି ନେତା ଦିଲୀପ ରାଏଙ୍କ ଅଭିମୁଖ୍ୟ। ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ତାଙ୍କ ଅଭିମୁଖ୍ୟ ଏ ଯାଏଁ ସ୍ପଷ୍ଟ ହୋଇନି।

କ୍ଷଣକେ ଲାଗୁଛି ସେ ବିଜେପିକୁ ଯିବେ, ପୂଣି କ୍ଷଣକେ ଲାଗୁଛି ସେ ବିଜେଡିର ମୋହ ଛାଡି ପାରୁନାହାନ୍ତି। ଏମିତି ଚର୍ଚ୍ଚା ବାରମ୍ବାର ହେଉଥିଲେ ମଧ୍ୟ ନିର୍ଯ୍ୟାସ ବାହାରିବା ବେଳକୁ ଛୋଟ ଛୋଟ ଘଟଣା ସବୁ ଓଲଟ ପାଲଟ କରୁଛି।

କାଲି ଘଟଣା  

ସେଦିନ ନବୀନ ନିବାସରୁ ଫେରିବା ପରେ ଦୀର୍ଘ ଦିନ ଧରି ଅନ୍ତଃଧ୍ୟାନ ହୋଇଯାଇଥିଲେ ଦିଲୀପ ରାଏ। କାଲି ରାଉରକେଲା ପହଞ୍ଚିଥିଲେ ସେ। ହେଲେ ଆସୁଆସୁ ପ୍ରଶ୍ନ ହୋଇଥିଲା ଆପଣ ବିଜେଡିର ନାଁ ବିଜେପିର ? ହେଲେ ସେ ସ୍ପଷ୍ଟ କରିଥିଲେ ଯେଉଁ ଦଳ ମୋ ଦାବି ରଖିନି ସେ ଦଳରେ ମିଶିବାର କୌଣସି ଆବଶ୍ୟକତା ନାହିଁ। ଏ କଥା କହିବାର କିଛି ସମୟ ପରେ ତାଙ୍କ ବନ୍ଧୁ ବିଜୟ ମହାପାତ୍ର(ଯିଏ ଏବେ ବିଜେପି ବିଧାୟକ ପ୍ରାର୍ଥୀ)ଙ୍କୁ ସେ ନିର୍ବାଚନ ପ୍ରଚାରରେ ସହଯୋଗ କରିବେ ବୋଲି କହିଥିଲେ।

ପୁଣି ଆରମ୍ଭ ହୋଇଥିଲା ଅଡୁଆ। ସମସ୍ତେ ଭାବିଥିଲେ ବୋଧହୁଏ ଦିଲ୍ଲୀପ ବିଜେପି ସହ ଅଛନ୍ତି କିନ୍ତୁ କିଛି ସମୟର ପରେ ଜଣଙ୍କ ପରେ ଜଣେ ବିଜେଡି ପ୍ରାର୍ଥୀ ତାଙ୍କୁ ଭେଟିଲେ ଆଉ ଚାଲିଲା ଘନ ଘନ ଚାଲିଲା ରୁଦ୍ଧଦ୍ୱାର ବୈଠକ। ଶେଷରେ ଏମିତି ଏକ ଅଜବ ଘଟଣା ଦେଖିବାକୁ ମିଳିଲା, ଯାହା ହୁଏତ ଆପଣ କେହି ଦେଖି ନ ଥିବେ।

ସାରଦା-ଦିଲୀପ ଏକାଠି

ରାଉରକେଲା ଇତିହାସରେ ପ୍ରଥମ ଥର ପାଇଁ ହୋଇଥିଲା ୨ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ସାରଦା ନାଏକ ଓ ଦିଲୀପ ରାଏଙ୍କ ଭେଟ। ଗୁରୁବାର ସଂନ୍ଧ୍ୟାରେ ଦୀର୍ଘ ସମୟ ଧରି ଉଭୟ ହେବିୱେଟ୍‌ ଆଲୋଚନା କରିଥିଲେ। ଯାହାର ଅର୍ଥ ବୁଝିବା ଥିଲା କାଠିକର ପାଠ। ସାରଦା ଓ ଦିଲୀପଙ୍କ ମଧ୍ୟରେ କ’ଣ ଆଲୋଚନ ହେଲା ସେ ତ ସମୟ କହିବ, କିନ୍ତୁ ଏବେ ଉଭୟଙ୍କ କର୍ମି କ’ଣ କରିବେ ତାକୁ ନେଇ ଆଲୋଚନା।

ଖାଲି ସାରଦା ନାଏକ ନୁହେଁ , ଶୁଣିବାକୁ ମିଳୁଛି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳ ମଧ୍ୟ ଦିଲିପଙ୍କ ସହ ଫୋନରେ କଥା ହୋଇଛନ୍ତି। ବଡ ଝିଅ ସୁନୀତାଙ୍କୁ ନିର୍ବାଚନରେ ସାହାର୍ଯ୍ୟ କରନ୍ତୁ ବୋଲି ଦିଲିପଙ୍କୁ କହିଥାଇ ପାରନ୍ତି ବୋଲି କୁହାଯାଇପାରେ। ଏପଟେ ବିଜେପିର ୨ ବିଧାୟକ ପ୍ରାର୍ଥୀ ମଧ୍ୟ ଦିଲିପଙ୍କୁ ଭେଟିଛନ୍ତି।

ଆଜିର ସ୍ଥିତି

ଏହି ଘଟଣାର ଦିନକ ପରେ ପୁଣିଥରେ ସୁନ୍ଦରଗଡ଼ ଜିଲ୍ଲାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦୀର୍ଘ ବର୍ଷ ପରେ ଭାରତର ପ୍ରଧାନମନ୍ତ୍ରୀ ସୁନ୍ଦରଗଡ଼ ମାଟିକୁ ଆସିଥିବାରୁ ଏଠାକାର ଲୋକଙ୍କ ମଧ୍ୟରେ ଏକ ଭିନ୍ନ ବାତାବରଣ ସୃଷ୍ଟି ହୋଇଛି। କିନ୍ତୁ  ଜନସମର୍ଥନ ତାଙ୍କୁ ମିଳିବ କି ନାହିଁ ତାକୁ ନେଇ ଏବେ ବି ରହିଛି ଦ୍ୱନ୍ଦ୍ୱ। କାରଣ ଆଇଜିଏଚ୍‌ ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଯେଉଁଭଳି ମନ୍ଥର ଗତିରେ ଚାଲୁଛି ତାହା ତାଙ୍କ ଦଳର ଉତ୍‌ଥାନ ପାଇଁ କଣ୍ଟା ହେବ।

ଓଡ଼ିଶା ରାଜନୀତିର ପୁରୁଖା ଖେଳାଳୀ ଦିଲୀପ ରାଏ ଏଠାରୁ ବିଜେପି ବିଧାୟକ ଥିବାବେଳେ ବାରମ୍ବାର ଏ ନେଇ ଦଳ ମୁଖ୍ୟଙ୍କୁ ଦାବି ଜଣାଇଛନ୍ତି। କିନ୍ତୁ ଦଳ ମୁଖିଆଙ୍କ ପଟରୁ ଗ୍ରୀନ୍‌ ସିଗ୍‌ନାଲ୍‌ ନ ମିଳିବାରୁ ଶେଷରେ ସେ ଦଳରୁ ଇସ୍ତଫା ଦେଇଥିଲେ। ୨୦୧୫ ମସିହା ଅପ୍ରେଲ ପହିଲାରେ ମୋଦି ରାଉରକେଲାରେ ଏକ ସଭା କରି ଏହି ଦୁଇଟି ପ୍ରମୁଖ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବି ଏହା ପୂର୍ଣ୍ଣତଃ ରକ୍ଷା କରିପାରି ନାହାନ୍ତି।

ହେଲେ ବର୍ତ୍ତମାନ ସ୍ଥତି ଯାହା ହୁଏତ ଏହି ୨ ଦାବି ଉପରେ ପ୍ରଧାନମନ୍ତ୍ରୀ ପୁଣି ଦେଇପାରନ୍ତି ପ୍ରତିଶ୍ରୁତି। ଆଉ ଯଦି ଏଇ ପ୍ରତିଶ୍ରୁତିରେ ଦିଲୀପ ବିଜେପି ମୁହାଁ ହୁଅନ୍ତି ତେବେ ବିଜେଡି ଶିବିରରୁ ଆସି ଏଠାରେ ଗୁପ୍ତ ବୈଠକ କରିଥିବା ନେତାଏ ଉଦ୍ଦେଶ୍ୟ ଫସର ଫାଟିବ ଏଥିରେ ଦ୍ୱିମତ ନାହିଁ।



from Odisha Reporter http://bit.ly/2CY4z8d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages