
ପାରାଦୀପ(ଓଡ଼ିଶା ରିପୋର୍ଟର): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଦାନ ଚାଲିଥିବା ବେଳେ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ଏକ ରାଜନୈତିକ ହତ୍ୟାକାଣ୍ଡ ଘଟିଛି। ଜଣେ କଂଗ୍ରେସ କର୍ମୀଙ୍କୁ ବୋତଲରେ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଲଛମନ ବେହେରା।
ଲଛମନ ଗତକାଲି ବିଜେଡି ଛାଡ଼ି କଂଗ୍ରେସରେ ମିଶିଥିଲେ। ସେଥିପାଇଁ ଜଣେ ବିଜେଡି କର୍ମୀ ଆକ୍ରୋଶମୂଳକ ଭାବେ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି।
ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ଗଡ଼କୁଜଙ୍ଗ ନୋଳିଆସାହିରେ ଏହି ହତ୍ୟାକାଣ୍ଡ ଘଟିଛି। ଲଛମନ ଭୋଟ୍ ଦେଇ ଫେରୁଥିବା ବେଳେ ରାସ୍ତା ମଝିରେ ତାଙ୍କୁ ହତ୍ୟା କରାଯାଇଛି।
from Odisha Reporter http://bit.ly/2Py9vWH
No comments:
Post a Comment