
ନୂଆଦିଲ୍ଲୀ: ପ୍ରଥମଥର ପାଇଁ ପଶ୍ଚିମବଙ୍ଗ କ୍ଷମତାସୀନ ତୃଣମୂଲ କଂଗ୍ରେସ (ଟିଏମସି)ରେ ବିଦ୍ରୋହ ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଟିଏମସିର ୪୦ ଜଣ ବିଧାୟକ ବିଜେପି ସହ ଯୋଗାଯୋଗରେ ରହିଛନ୍ତି। ତେଣୁ ବିଦ୍ରୋହର ଆଶଙ୍କା ରହିଛି।
ଆଜି ଶ୍ରୀରାମପୁର ଠାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ମୋଦି କହିଛନ୍ତି, “ଦିଦି, ବିଜେପି ଏଠାରେ ଜିତିଲେ ଆପଣଙ୍କ ବିଧାୟକମାନେ ଦଳ ଛାଡ଼ି ଆମ ପାଖକୁ ଚାଲି ଆସିବେ। ଆପଣଙ୍କ ୪୦ ଜଣ ବିଧାୟକ ଆମ ସହ ଯୋଗାଯୋଗରେ ରହିଛନ୍ତି। ପଶ୍ଚିମବଙ୍ଗରେ ଦିଦି ପୁଲିସ୍ ବାହିନୀକୁ ନିଜର ବ୍ୟକ୍ତିଗତ ସୁରକ୍ଷା ଏଜେନ୍ସି ଭଳି ବ୍ୟବହାର କରୁଛନ୍ତି। ନିର୍ବାଚନ ସମୟରେ ଟିଏମସିର ଗୁଣ୍ଡାମାନେ ବୁଥ ରିଗିଂ କରୁଥିବା ବେଳେ ଲୋକଙ୍କୁ ମତାଧିକାର ସାବ୍ୟସ୍ତରେ ବାଧା ସୃଷ୍ଟି କରୁଛନ୍ତି। ଏଥିସହ ଟିଏମସିର ଗୁଣ୍ଡା ବାହିନୀ ବିଜେପି କର୍ମକର୍ତ୍ତାଙ୍କୁ ଆକ୍ରମଣ ମଧ୍ୟ କରୁଛନ୍ତି। ସେମାନେ ବିଜେପି ନେତାମାନେ କେମିତି ପ୍ରଚାର ନ କରିପାରିବେ,ସେ ବ୍ୟବସ୍ଥା କରୁଛନ୍ତି।”
from Odisha Reporter http://bit.ly/2vqulxQ
No comments:
Post a Comment