
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣର ଦୁଇ ଦିନ ପୂର୍ବରୁ ବିଜେଡି ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି। ଏହି ୧୧ ପୃଷ୍ଠାର ନିର୍ବାଚନୀ ଇସ୍ତାହାରର ଦ୍ୱିତୀୟ ପୃଷ୍ଠାରେ ବିଜେଡି ନିଜର ରିପୋର୍ଟ କାର୍ଡ ପ୍ରଦାନ କରିଛି। ଆଉ ସେଥିରେ ଓଡ଼ିଶା ସରକାରଙ୍କ ‘ଲୋଗୋ’ ସବା ଉପରେ ରହିଛି। ଯାହା ନିର୍ବାଚନ ଆଇନର ଉଲ୍ଲଘଂନ ବୋଲି ବିଶେଷଜ୍ଞମାନେ ମତ ବ୍ୟକ୍ତ କରିଛନ୍ତି।
ସାଧାରଣତଃ କୌଣସି ରାଜନୀତିକ ଦଳ ନିଜର ନିର୍ବାଚନୀ ଇସ୍ତାହାରରେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ‘ଲୋଗୋ’କୁ ଉପଯୋଗ କରନ୍ତି ନାହିଁ। ଯଦିଓ କ୍ଷମତାରେ ଥିବା ବିଭିନ୍ନ ରାଜନୀତିକ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇଥାନ୍ତି, ତଥାପି ଦଳୀୟ ନିର୍ବାଚନୀ ଇସ୍ତାହାର ଜାରି କରିବାବେଳେ ସରକାରୀ ଲୋଗୋ ଉପଯୋଗ କରିବାରୁ ଦୂରେଇ ରହିଥାନ୍ତି। ମାତ୍ର ବିଜେଡି ନିଜର ନିର୍ବାଚନୀ ଇସ୍ତାହାରରେ ଦଳର ସଫଳତା କହିବାବେଳେ ଓଡ଼ିଶା ସରକାରଙ୍କ ଲୋଗୋ, ୱେବସାଇଟ୍ ଓ ମୁଖ୍ୟମନ୍ତ୍ରୀଙ୍କୁ ମାର୍କେଟିଂ କରିବାକୁ ପ୍ରୟାସ କରିଛି।
ବିଜେଡି ମଧ୍ୟ ନିଜର ଇସ୍ତାହାରରେ ନିର୍ଦ୍ଦିଷ୍ଟ ଭାବେ ବିଜେପିର ନାମ ଉଲ୍ଲେଖ କରି ସେମାନଙ୍କୁ ପ୍ରତାରକର ଆଖ୍ୟା ଦେବାକୁ ପଛାଇ ନାହିଁ। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଅନେକ ନିର୍ବାଚନର ସମ୍ମୁଖୀନ ହୋଇଥିବା ବିଜେଡି କିଭଳି ଏପରି ରାଜନୀତିକ ଅପରିପକ୍ୱତା ପ୍ରଦର୍ଶନ କରୁଛି ତାକୁ ନେଇ ସାଧାରଣରେ ଚର୍ଚ୍ଚା।
from Odisha Reporter http://bit.ly/2uUi3NQ
No comments:
Post a Comment