ଦଳୀୟ ସଙ୍କେତରେ ପ୍ରଚାର କରି ହଟହଟା ହେଲେ ସ୍ୱାଧୀନ ପ୍ରାର୍ଥୀ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ଦଳୀୟ ସଙ୍କେତରେ ପ୍ରଚାର କରି ହଟହଟା ହେଲେ ସ୍ୱାଧୀନ ପ୍ରାର୍ଥୀ  

ବଣାଇ(ରଣଜିତ୍‌ ଚୌଧୁରୀ): କଂଗ୍ରେସରେ ଥିଲେ, ହେଲେ ଟିକେଟ ଦେଲାନି ଦଳ। ଶେଷରେ ନିରାଶ ହୋଇ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ଜନାର୍ଦ୍ଦନ ଦେହୁରୀ। ବଣାଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଦେଖାଦେଇଛି ଏମିତି ସ୍ଥିତି। ଏଠାରେ ସିପିଆଇଏମ୍‌ ଓ କଂଗ୍ରେସ ମେଣ୍ଟ କରିଥିବାରୁ କଂଗ୍ରେସ ପ୍ରାର୍ଥୀ ଦେଇନାହିଁ। ହେଲେ ଏହି ଦଳରୁ ଆଶାୟୀ ଥିବା ଜନାର୍ଦ୍ଦନ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଛନ୍ତି।

ହେଲେ ମନରୁ ଦଳୀୟ ପ୍ରୀତି ଯାଇ ନ ଥିବାରୁ ଦେହୁରୀ କଂଗ୍ରେସ ଫଟୋ ଓ ପତାକା ଲଗାଇ ନିର୍ବାଚନ ପ୍ରଚାର କରୁଥିଲେ। ଏ ନେଇ ଅଭିଯୋଗ ହେବାପରେ କଂଗ୍ରେସ ଉପସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ତାଙ୍କୁ ସ୍ପଷ୍ଟିକରରଣ ମାଗିଛନ୍ତି।

ଦଳୀୟ ପ୍ରାର୍ଥୀ ହୋଇ ନ ଥିବାରୁ ଦଳୀୟ ସଙ୍କେତ ବ୍ୟବହାର ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଶ୍ରୀ ଦେହୁରୀ ସୁନ୍ଦରଗଡର କଂଗ୍ରେସ ଏମ୍‌ପି ପ୍ରାର୍ଥୀ ଜର୍ଜ୍ ତିର୍କିଙ୍କ ଫଟୋ ଏବଂ ଦଳୀୟ ପତାକା ଲାଗାଇ ନିର୍ବାଚନ ପ୍ରଚାର କରୁଥିଲେ।



from Odisha Reporter http://bit.ly/2OYvK7K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages