
ବାଲେଶ୍ୱର (ରଣଜିତ ପାକଳ): ନିର୍ବାଚନ ପୂର୍ବରୁ ଟଳି ପଡ଼ିଲେ ପୋଲିଂ କର୍ମଚାରୀ। ଏପରି ଘଟଣା ବାଲେଶ୍ୱରରେ ଘଟିଛି। ସେ ବସ୍ରେ ବୁଥ୍କୁ ଯାଉଥିବା ବେଳେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
ପୂରା ଘଟଣା ଏମିତି। ବାଲେଶ୍ୱର ବାରବାଟି ହାଇସ୍କୁଲର ଚତୁର୍ଥ ଶ୍ରେଣୀ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଆଜି ସେ ପୋଲିଂ କର୍ମଚାରୀଙ୍କ ସହିତ ବସ୍ରେ ବାଲେଶ୍ୱରରୁ ନୀଳଗିରିର ଅଯୋଧ୍ୟା ହାଇସ୍କୁଲ ବୁଥ୍କୁ ଯାଉଥିଲେ। ଅପରାହ୍ନରେ ବସ୍ ବୁଥ୍ରେ ପହଞ୍ଚିଥିଲେ। ସବୁ ପୋଲିଂ କର୍ମଚାରୀ ବସ୍ରୁ ଓହ୍ଲାଇ ଥିଲେ। ମାତ୍ର ଶ୍ରୀ ପଣ୍ଡା ବସ୍ରୁ ଓହ୍ଲାଇ ନଥିଲେ। ଅନ୍ୟ କର୍ମଚାରୀମାନେ ତାଙ୍କୁ ଡାକିଥିଲେ ମଧ୍ୟ ସେ ଉଠିନଥିଲେ। ସେ ବସିଥିବା ସିଟ୍ରେ ଚେତା ହରାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
from Odisha Reporter http://bit.ly/2V06jJb
No comments:
Post a Comment