ପାଣ୍ଡେଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ହାଇଦ୍ରାବାଦ ୧୬୦ ରନ୍‌ରେ ଅଟକିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ପାଣ୍ଡେଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ହାଇଦ୍ରାବାଦ ୧୬୦ ରନ୍‌ରେ ଅଟକିଲା

ଜୟପୁର: ମନିଷ ପାଣ୍ଡେଙ୍କ ୩୬ ବଲ୍‌ରେ ବିସ୍ଫୋରକ ୬୧ ରନ୍‌ ସତ୍ତ୍ୱେ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇବାରୁ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ନିର୍ଦ୍ଧାରିତ ୨୦ ଓଭର୍‌ରେ ୮ ୱିକେଟ୍‌ ହରାଇ ମାତ୍ର ୧୬୦ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ରାଜସ୍ଥାନ ରୟାଲ୍ସ ଏହି ‘କର ବା ମର’ ମ୍ୟାଚ୍‌ରେ ଜିତିବା ପାଇଁ ୧୬୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ ପାଇଛି। ପାଣ୍ଡେଙ୍କ ବ୍ୟତୀତ ଡେଭିଡ୍‌ ୱାର୍ଣ୍ଣର ୩୨ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଛନ୍ତି।

ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ରାଜସ୍ଥାନ ଅଧିନାୟକ ଷ୍ଟିଭ୍‌ ସ୍ମିଥ ଟସ୍‌ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଥିଲେ। ସନ୍‌ରାଇଜର୍ସ ଦଳ ମାତ୍ର ୧୮ ରନ୍‌ରେ ଅଧିନାୟକ କେନ୍‌ ୱିଲିମସନ୍‌ଙ୍କୁ ହରାଇଥିଲା।

ଏହାପରେ ମନିଷ ପାଣ୍ଡେ ଓ ଡେଭିଡ୍‌ ୱାର୍ଣ୍ଣର ସ୍ଥିତି ସମ୍ଭାଳିଥିଲେ। ପାଣ୍ଡେ ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଉଭୟ ଦ୍ୱିତୀୟ ୱିକେଟ୍‌ ପାଇଁ ୭୫ ରନ୍‌ର ଭାଗିଦାରୀ କରିଥିଲେ। ଏହି ସମୟରେ ବ୍ୟକ୍ତିଗତ ୩୨ ରନ୍‌ କରିଥିବା ୱାର୍ଣ୍ଣରଙ୍କୁ ଓଶାନେ ଟମାସ୍‌ ଆଉଟ୍‌ କରି ଦେଇଥିଲେ। ବଡ଼ ଶଟ୍‌ ଖେଳିବା ଲୋଭରେ ମନିଷ ପାଣ୍ଡେ(୬୧) ଶ୍ରେୟସ ଗୋପାଲଙ୍କ ବଲ୍‌ରେ ଷ୍ଟମ୍ପିଂ ହୋଇଯାଇଥିଲେ।

୧୨୧ରେ ୩ ୱିକେଟ୍‌ ହରାଇଥିବା ହାଇଦ୍ରାବାଦ୍‌ ୧୩୭ ରନ୍‌ ଭିତରେ ୭ ୱିକେଟ୍‌ ହରାଇ ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଥିଲା। ବିଜୟ ଶଙ୍କର(୮), ସାକିବ ଅଲ ହାସନ (୯), ଦୀପକ ହୁଡା(୦) ପୁଣିଥରେ ସମସ୍ତଙ୍କୁ ନିରାଶ କରିଥିଲେ। ଚଳିତ ଆପିଏଲ୍‌ରେ ନିଜର ପ୍ରଥମ ମ୍ୟାଚ୍‌ ଖେଳୁଥିବା ରିଦ୍ଧିମାନ ଶାହ ମଧ୍ୟ ମାତ୍ର ୫ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।

ଭୁବନେଶ୍ୱର କୁମାର ମଧ୍ୟ ମାତ୍ର ୧ ରନ୍‌ କରି ବରୁଣ ଅରୁନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ତେବେ ଶେଷ ଓଭର୍‌ରେ ହାଇଦ୍ରାବାଦ୍‌କୁ ବାଇରେ ୪ ରନ୍‌ ଓ ୱାଇଡ୍‌ରେ ଗୋଟିଏ ରନ୍‌ ମିଳିଥିଲା। ସେହିପରି ରଶିଦ୍‌ ଖାନ୍‌ ଶେଷ ଦୁଇଟି ବଲ୍‌ରେ ଗୋଟିଏ ଛକା ଓ ଚୌକା ମାରିବାରୁ ଦଳୀୟ ସ୍କୋର ୧୬୦ ଛୁଇଁଥିଲା। ରଶିଦ ଖାନ୍‌ ଶେଷ ପର୍ଯ୍ୟନ୍ତ ୮ଟି ବଲ୍‌ରେ ୧୭ ରନ୍‌ କରି ଅପରାଜିତ ରହିଥିଲେ।

ରାଜସ୍ଥାନ ପକ୍ଷରୁ ବରୁଣ ଅରୁନ୍‌, ଟମାସ, ଶ୍ରେୟସ ଗୋପାଲ ଓ ଜୟଦେବ ଉନାଦକତ ୨ଟି ଲେଖାଏ ୱିକେଟ୍‌ ପାଇଛନ୍ତି।



from Odisha Reporter http://bit.ly/2XNxpAf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages