
ୱାୟନାଡ (କେରଳ): କଂଗ୍ରେସ ମହିସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ବାରଣାସୀରୁ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ତେବେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ଯଦି ଅନୁମତି ଦିଅନ୍ତି ତାହେଲେ ସେ ଲଢ଼ିବେ ବୋଲି ପ୍ରିୟଙ୍କା ଗାନ୍ଧି କହିଛନ୍ତି। ଦୁଇ ଦିନିଆ କେରଳ ଗସ୍ତରେ ଆସି ରାହୁଲଙ୍କ ଲୋକସଭା ଆସନ ୱାୟନାଡ଼ରେ ଭାଇଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଥିଲେ। ଆଜି କେରଳରେ ପ୍ରଚାର ସାରି ଅନ୍ୟତ୍ର ଯାଉଥିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହା କହିଛନ୍ତି।
ବାରଣାସୀ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକସଭା ଆସନ। ପ୍ରିୟଙ୍କା କଂଗ୍ରେସର ମହାସଚିବ ଭାବେ ପୂର୍ବ ଉତ୍ତର ପ୍ରଦେଶ ପାଇଁ ପ୍ରଚାର ଦାୟିତ୍ୱ ନେବା ପରେ ବିଭିନ୍ନ ସମୟରେ ସେ ବାରଣାସୀରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଜାରି ରହିଛି। ଏମିତିକି କଂଗ୍ରେସ ନେତା ମାନେ ମଧ୍ୟ ପ୍ରିୟଙ୍କା ଗାନ୍ଧି ବାରଣାସୀରୁ ନିର୍ବାଚନ ଲଢ଼ିବା ଉଚିତ ବୋଲି ଅନେକ ସମୟରେ କହିଛନ୍ତି।
from Odisha Reporter http://bit.ly/2UMHDUv
No comments:
Post a Comment