
ନୂଆଦିଲ୍ଲୀ: କେନ୍ଦ୍ରରେ ଝୁଲା ସରକାରର ପୂର୍ବାନୁମାନ ଲଗାଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ। ସେ କହିଛନ୍ତି କଂଗ୍ରେସ ବହୁତ ଭଲ କରିବ, କିନ୍ତୁ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିପାରିବନି। ତେଣୁ ସରକାର ଗଠନ ପାଇଁ ନିର୍ବାଚନ ପରବର୍ତ୍ତୀ ସମୟରେ ମେଣ୍ଟ ହେବ।
ସେ ଆହୁରି ମଧ୍ୟ କହିଛନ୍ତି ବିଜେପି ସରକାର କରିବା ପାଇଁ ଯଥେଷ୍ଟ ଆସନ ପାଇବ ନାହିଁ। ଅନ୍ୟପକ୍ଷରେ ଅନ୍ୟ ପ୍ରମୁଖ ରାଜନୀତିକ ଦଳ ଗୁଡ଼ିକ ମଧ୍ୟ ଏହି ଦଳ ସହିତ ମେଣ୍ଟ କରିବାକୁ ରାଜି ହେବେ ନାହିଁ। ସେ କହିଛନ୍ତି, ଯଦି ମେଣ୍ଟ ହୁଏ, ମେଣ୍ଟ ହିଁ ସବୁ ନିଷ୍ପତ୍ତି ନେବ। ଆଜି ଦିନରେ ଦୁଇଟି ପକ୍ଷ, ବିଜେପି ବିରୋଧୀ ଏବଂ ବଜେପି ସମର୍ଥକ। ବିଜେପି ସମର୍ଥକଙ୍କ ସଂଖ୍ୟା ଖୁବ୍ କମ୍। ଆଉ ବିଜେପି ବିରୋଧୀଙ୍କ କଥା କହିଲେ ପୂରା ରାଜନୀତି ମହଲ ଏବେ ବିଜେପି ବିରୋଧରେ।
ସେ କହିଛନ୍ତି, ବିଜେପି ବର୍ତ୍ତମାନ ଭାବିବାକୁ ଆରମ୍ଭ କରିଛି ଯେ ଏହା କ୍ଷମତାକୁ ଆସିବ। କିନ୍ତୁ ଏହା ବାସ୍ତବ ରୂପ ନେଇପାରିବନି। କାରଣ ନା ସେମାନେ ସଂଖ୍ୟା ଗରିଷ୍ଠତା ହାସଲ କରିପାରିବେ ନା ସେମାନଙ୍କୁ କେହି ସମର୍ଥନ ଦେବେ। ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବା ବାବଦରେ ବାବଦରେ ସେ କହିଥିଲେ, ହଁ ଆମେ ସରକାର ଗଠନ କଲେ ରାହୁଲ ହିଁ ପ୍ରଧାନମନ୍ତ୍ରୀ ହେବେ।
ଅନ୍ୟପକ୍ଷରେ ସେ ରାହୁଲଙ୍କ ଘୋଷିତ ‘ନ୍ୟାୟ’ ସ୍କିମ୍ ବାବଦରେ କହିଥିଲେ, ଗରିବ ଲୋକଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ଦିଆଗଲେ ଏହା ଏକ ବିପ୍ଲବୀ ସ୍କିମ୍ ହେବ। ଏହା ୫ କୋଟି ଗରିବଙ୍କ ଗରିବୀ ହଟାଇବ।
from Odisha Reporter http://bit.ly/2GtGs2t
No comments:
Post a Comment