ଭୋଟରଙ୍କୁ ଟଙ୍କା, ଶାଢ଼ୀ ଓ ଜୋତା ବାଣ୍ଟୁଛି ବିଜେପି: ପ୍ରିୟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ଭୋଟରଙ୍କୁ ଟଙ୍କା, ଶାଢ଼ୀ ଓ ଜୋତା ବାଣ୍ଟୁଛି ବିଜେପି: ପ୍ରିୟଙ୍କା

ଆମେଠି: ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ବିଜେପି ଉତ୍ତର ପ୍ରଦେଶର ଆମେଠିରେ ଟଙ୍କା, ଶାଢ଼ୀ ଓ ଜୋତା ବାଣ୍ଟୁଛି ବୋଲି ଆଜି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଅଭିଯୋଗ କରିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ପ୍ରିୟଙ୍କା କହିଛନ୍ତି, “ବିଜେପି ସର୍ବସମ୍ମୁଖରେ ଟଙ୍କା, ଶାଢ଼ୀ ଓ ଜୋତା ବାଣ୍ଟି ନିର୍ବାଚନ ଲଢ଼ିବାକୁ ଚେଷ୍ଟା କରୁଛି। ଆମେଠିର ଲୋକମାନେ କେବେ କାହା ଆଗରେ ହାତ ପତେଇ ନାହାନ୍ତି। ମୁଁ ୧୨ ବର୍ଷର ହୋଇଥିବା ବେଳେ ଏଠାକୁ ଆସୁଛି।

ଆମେଠି ଓ ରାଏବରେଲୀର ଲୋକମାନେ ଭାରି ସ୍ୱାଭିମାନୀ। ଆମେଠିରେ ଟଙ୍କା ବାଣ୍ଟି ବିଜେପି ଜିତି ପାରିବ ନାହିଁ। ଏଠାରେ କେବଳ ଶିକ୍ଷା, ବେକାରୀ ଓ ସ୍ୱାସ୍ଥ୍ୟ ହେଉଛି ୩ଟି ପ୍ରସଙ୍ଗ। ଜାତୀୟତାବାଦର ଅର୍ଥ ଲୋକଙ୍କ ସମସ୍ୟାର ସମାଧାନ କରିବା। କିନ୍ତୁ ଏଠାରେ କ୍ଷମତାସୀନ ସରକାର କିଛି ଶୁଣୁନାହାନ୍ତି। ଲୋକମାନେ ସେମାନଙ୍କ ସମସ୍ୟା କଥା କହିଲେ ସେମାନଙ୍କ ସ୍ୱରକୁ ଚାପି ଦିଆଯାଉଛି। ଏହା ଗଣତନ୍ତ୍ର କି ଜାତୀୟତାବାଦ ନୁହେଁ।”

ବିଜେପି ଏଠାରେ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଛି। ଏଠାରେ ତାଙ୍କର ଲଢ଼େଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ହେବ।



from Odisha Reporter http://bit.ly/2GCEVXO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages