ଧାରଣାରେ ବସିଲେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ଧାରଣାରେ ବସିଲେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନେ ଧାରଣାରେ ବସିଛନ୍ତି।  ଇନ୍ଦିରା ଗାନ୍ଧି ଆଦିବାସୀ ଛାତ୍ରୀ ନିବାସ ଆଗରେ ଅନ୍ତେବାସୀମାନେ ଧାରଣା ଦେଇ ସହକାରୀ ଅଧୀକ୍ଷକଙ୍କ ବଦଳି ଦାବି କରିଛନ୍ତି। ହଷ୍ଟେଲର ସହକାରୀ ଅଧୀକ୍ଷକ ଛାତ୍ରୀମାନଙ୍କୁ ବାହାରକୁ ଛାଡୁନଥିବା ଓ ଅଭିଭାବକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି।

ସେପଟେ ଛାତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସହକାରୀ ଅଧୀକ୍ଷକ ବିଶ୍ୱମୋହିନୀ ପତି। ଛାତ୍ରୀମାନେ ଆଣିଥିବା ଅଭିଯୋଗ ମିଛ। ସେମାନଙ୍କ ସୁରକ୍ଷା ପାଇଁ ନିୟମ କଡ଼ାକଡ଼ି ପାଳନ ହେଉଛି ବୋଲି ସେ କହିଛନ୍ତି।

ଜଣେ ଛାତ୍ରୀ କହିଛନ୍ତି-“ହଷ୍ଟେଲର ସହକାରୀ ଅଧୀକ୍ଷକ ଆମ ଘର ଲୋକଙ୍କ ସହିତ କଥାବାର୍ତ୍ତା କରାଇ ଦେଉନାହାନ୍ତି। ଟିକେ ଟିକେ କଥାରେ ହଷ୍ଟେଲରୁ ବାହାର କରିଦେବାକୁ ଧମକ ଦେଉଛନ୍ତି। ବାହାରକୁ ଛାଡ଼ୁ ନାହାନ୍ତି। ସହକାରୀ ଅଧୀକ୍ଷକଙ୍କ ଏପରି ନିର୍ଯାତନା ସହି ପାରୁନାହୁଁ।”



from Odisha Reporter http://bit.ly/2ZK66J9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages