
ବିଜାପୁର: ଛତିଶଗଡ଼ର ନକ୍ସଲ ପ୍ରବଣ ଅଞ୍ଚଳ ବିଜାପୁରରେ ଆଜି ନକ୍ସଲମାନେ ପୁଲିସ୍ ପ୍ୟାଟ୍ରୋଲିଂ ଟିମ୍ ଉପରେ ହମ୍ଲା କରିଛନ୍ତି। ଏଥିରେ ଦୁଇ ଜଣ ପୁଲିସ୍ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ପୁଲିସ୍ କର୍ମଚାରୀଙ୍କୁ ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଆଜି ପୁଲିସ୍ ବାହିନୀ କ୍ୟାମ୍ପରୁ ପ୍ୟାଟ୍ରୋଲିଂ ପାଇଁ ବିଜାପୁର ସ୍ଥିତ ଏକ ଜଙ୍ଗଲକୁ ଯାଉଥିବା ବେଳେ ଏଭଳି ନକ୍ସଲ ହମ୍ଲାର ଶିକାର ହୋଇଥିବା ଜଣାପଡ଼ିଛି। ହମ୍ଲା ପରେ କିଛି ସମୟ ପାଇଁ ନକ୍ସଲ ଓ ପୁଲିସ୍ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି। ପୁଲିସ୍ ଓ ସିଆରପିଏଫ୍ ପକ୍ଷରୁ ଛତିଶଗଡ଼ରେ ନକ୍ସଲ ଦମନ ଅଭିଯାନ ଜାରି ରହିଛି। ତଥାପି ନକ୍ସଲମାନେ ବାରମ୍ବାର ଏଭଳି ଅକ୍ରମଣ କରି ସୁରକ୍ଷାକର୍ମୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି।
from Odisha Reporter http://bit.ly/2L4gjwn
No comments:
Post a Comment