
ଅନୁଗୋଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ରେଞ୍ଜ୍ ଅନ୍ତର୍ଗତ ହାତୀଧରା ସଂରକ୍ଷିତ ଜଙ୍ଗଲରୁ ଗୋଟିଏ ଅଣ୍ଡିରା କଳରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି। ବାଘଟିକୁ ପ୍ରାୟ ୩ ବର୍ଷ ହୋଇଥିଲା।
ଗତକାଲି ଦିନ ପ୍ରାୟ ୧୧ଟା ବେଳେ ବାଘଟିର ମୃତଦେହକୁ ବନବିଭାଗ କର୍ମଚାରୀମାନେ ଠାବ କରିଥିଲେ। ପରେ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ସେମାନଙ୍କ ଉପସ୍ଥିତିରେ ବାଘର ବ୍ୟବଚ୍ଛେଦ କରାଯାଇଥିଲା। ତା’ପରେ ମୃତଦେହକୁ ପୋଡ଼ି ଦିଆଯାଇଥିଲା।
ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଠମଲ୍ଲିକ ଡିଏଫ୍ଓ କହିଛନ୍ତି।
ସୂଚନାଯୋଗ୍ୟ, ଗତ ଫେବୃଆରୀ ମାସରେ ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ଛେଣ୍ଡିପଦା ବନାଞ୍ଚଳର କନଲୋଇ ସଂରକ୍ଷିତ ଜଙ୍ଗଲର ରଙ୍ଗମାଟିଆ ପର୍ବତ ପାଦଦେଶରୁ ଗୋଟିଏ ଅଣ୍ଡିରା କଲରାପତରିଆ ବାଘର ମୃତଦେହ ଠାବ କରାଯାଇଥିଲା। ସେହିପରି ଜାନୁଆରୀ ମାସରେ ପାଲଲହଡ଼ା ଅଞ୍ଚଳରେ ଏକ କଲରାପତରିଆ ବାଘର ମୃତଦେହ ଠାବ କରାଯାଇଥିଲା।
from Odisha Reporter http://bit.ly/2v41tew
No comments:
Post a Comment