
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପାଟକୁରାରେ ଦିଲୀପ ରାୟ। ବିଜେପି ଛାଡ଼ି ଚର୍ଚ୍ଚାକୁ ଆସିଥିବା ଦିଲୀପ ରାୟ ବନ୍ଧୁ ବିଜୟ ମହାପାତ୍ରଙ୍କୁ ସହଯୋଗ କରିବା ପାଇଁ ପାଟକୁରାରେ ପହଞ୍ଚି ତାଙ୍କୁ ଭେଟିଛନ୍ତି। ଏହି ଅବସରରେ ଦିଲୀପ କହିଛନ୍ତି ଯେ, ବିଜୟ ବାବୁ ମୋର ବ୍ୟକ୍ତିଗତ ବନ୍ଧୁ। ନିର୍ବାଚନରେ ମୁଁ ତାଙ୍କୁ ସହଯୋଗ କରବି। ଆଜି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପାଟକୁରା ଭେଟି ଦିଲୀପ ରାୟ ଏହି କଥା କହିଛନ୍ତି।
ଦିଲୀପ କହିଛନ୍ତି,“ମୁଁ ବିଜୟ ବାବୁଙ୍କୁ ଶୁଭେଚ୍ଛା ଜଣାଇବାକୁ ଆସିଥିଲି। ମୋ ଦ୍ୱାରା ଯେତିକି ସାହାଯ୍ୟ ହେବା କଥା ମୁଁ କରୁଛି ଓ କରିବି ମଧ୍ୟ।”
ସେ ଆହୁରି କହିଛନ୍ତି,“ମୋର ଦୁଇଟି ଦାବି ପୂରଣ ହୋଇଛି। ରାଉରକେଲାରେ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ କାମ ଆରମ୍ଭ ହୋଇଛି। ରାଉରକେଲାରେ ଆଇଜିଏଚ୍ ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରକଳ୍ପ କାର୍ଯ୍ୟ ପାଇଁ କେନ୍ଦ୍ର ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୦୦ କୋଟି ଦିଆଯାଇଛି। ଏଥିପାଇଁ ମୁଁ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛି।”
ସୂଚନା ଅନୁଯାୟୀ ଯେଉଁ ଦୁଇଟି ଦାବି ନେଇ ଦିଲୀପ ବିଜେପି ଛାଡ଼ିଥିଲେ ତାହା ଏବେ ପୂରଣ ହୋଇସାରିଥିବାରୁ ପୁଣିଥରେ ସେ ଦଳକୁ ଫେରିବା ନେଇ ଚର୍ଚ୍ଚା ହୋଇଥିଲା।
from Odisha Reporter http://bit.ly/2DjaJjJ
No comments:
Post a Comment