ବୁର୍ଖା ପିନ୍ଧି ଭୋଟ୍‌ ଦେଉଥିଲେ ନକଲି ଭୋଟର, ଧରିନେଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ବୁର୍ଖା ପିନ୍ଧି ଭୋଟ୍‌ ଦେଉଥିଲେ ନକଲି ଭୋଟର, ଧରିନେଲା ପୁଲିସ୍‌

ଅମରୋହ(ଉତ୍ତର ପ୍ରଦେଶ) : ଚଳିତ ସାଧାରଣ ନିର୍ବାଚନ ଲାଗି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ୧୧ ରାଜ୍ୟ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ୯୫ଟି ଆସନ ପାଇଁ ହେଉଥିବା ଏହି ମତଦାନ ବେଳେ ନକଲି ଭୋଟର ଭୋଟ ଦେଉଥିବା ଭଳି ଗୁରୁତର ଅଭିଯୋଗ ଆସିଛି। ଉତ୍ତର ପ୍ରଦେଶର ନୌଗାଓଁ ଗ୍ରାମରେ ଏହି ନକଲି ଭୋଟର ବୁର୍ଖା ପିନ୍ଧି ଭୋଟ ଦେଇ ଧରାପଡିଛନ୍ତି। ଅଭିଯୁକ୍ତ ଭୋଟରଙ୍କୁ ପୁଲିସ୍‌ ଅଟକ ରଖିଥିବା ଅମରୋହ ଲୋକସଭା ବିଜେପି ପ୍ରାର୍ଥୀ ତଥା ସାଂସଦ କନୱର ସିଂହ ତନୱର କହିଛନ୍ତି।

ଅମରୋହ ଆସନରେ ପାଖାପାଖି ୧୦୦ଟି ବୁଥ୍ ରହିଛି । ଯେଉଁଠି ପୋଲିଂ ଏଜେଣ୍ଟ ବିଜେପିର କେହି ନ ଥିବା ସାଂସଦ ତନୱର ସିଂହ କହିଛନ୍ତି। ଏହାର ଫାଇଦା ନେଇ ନକଲି ଭୋଟର ବୁର୍ଖା ପିନ୍ଧି ଭୋଟ ଦେଉଥିବା ସେ ଅଭିଯୋଗ କରିଛନ୍ତି।

ଏହି ଘଟଣା ପରେ ସେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେପଟେ ପ୍ରତିପକ୍ଷ ବିଏସପି ପ୍ରାର୍ଥୀ ଦାନିଶ ଅଲ୍ଲୀ କହିଛନ୍ତି ବିଜେପି ନିଜେ ନକଲି ଭୋଟରଙ୍କ ଜରିଆରେ ଭୋଟିଂ ପାଇଁ ଚେଷ୍ଟା କରୁଛି।

ତେବେ ଏହା ପୂର୍ବରୁ ଏପ୍ରିଲ ୧୧ରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ମଧ୍ୟ ସମାନ ଅଭିଯୋଗ ଆସିଥିଲା। ମୁଜାଫରନଗର ଲୋକସଭା ଆସନ ପାଇଁ ମତଦାନ ବେଳେ ବୁର୍ଖା ପିନ୍ଧି ନକଲି ଭୋଟର ମତଦାନ କରିଥିବା ବିଜେପି ନେତା ସଞ୍ଜୀବ ବାଲିୟାନ ଅଭିଯୋଗ କରିଥିଲେ। ଯାହାର ଅଭିଯୋଗ ନିର୍ବାଚନ କମିଶନଙ୍କ ହସ୍ତଗତ ହୋଇ ନ ଥିଲା। ଏଣୁ ସମସ୍ତ ବୁର୍ଖା ପିନ୍ଧା ମହିଳାଙ୍କର ତଦନ୍ତ ହେବା ଦରକାର ବୋଲି ସେ ଦାବି କରିଥିଲେ।



from Odisha Reporter http://bit.ly/2Gr5kaO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages