ଚାଣକ୍ୟ ନୀତି: ଅନ୍ୟ ଆଗରେ କୁହନ୍ତୁ ନାହିଁ ଏହି ସବୁ କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 30, 2019

ଚାଣକ୍ୟ ନୀତି: ଅନ୍ୟ ଆଗରେ କୁହନ୍ତୁ ନାହିଁ ଏହି ସବୁ କଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୀବନରେ ଆସୁଥିବା ଝଡ଼ ଝଞ୍ଜାରୁ ରକ୍ଷା ପାଇବା ଲାଗି ତଥା ଘାତ ପ୍ରତିଘାତରୁ ମୁକୁଳିବା ନିମନ୍ତେ କିଛି ନୀତି ପାଳନ କରିବା ଜରୁରୀ। ଏଥିନିମନ୍ତେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ପାଳନ କରନ୍ତୁ।  ଆଉ ଦେଖନ୍ତୁ ଆପଣଙ୍କୁ ଜୀବନରେ କେବେ ହାରର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।  ପ୍ରତ୍ୟେକ ବ୍ୟକ୍ତିଙ୍କ ଲାଗି ଏହା ଖୁବ ଉପଯୋଗୀ ହେବା ଭଳି କଥା ମଧ୍ୟ ଚାଣକ୍ୟ କହିଛନ୍ତି।

ଚାଣକ୍ୟଙ୍କ ପରାମର୍ଶ ଅନୁଯାୟୀ, ଯେତେ ଘନିଷ୍ଠ ହେଲେ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ସବୁ ଗୋପନ କଥା କହିବା ଉଚିତ ନୁହେଁ। ପାରିବାରିକ ଜୀବନରେ ଶାନ୍ତି ଚାହୁଁଥିଲେ ଏବଂ ଜୀବନରେ ସଫଳ ହେବାକୁ ଚାହୁଁଥିଲେ ବହୁତ କଥା ନିଜ ମଧ୍ୟରେ ସୀମିତ ରଖିବା ଆବଶ୍ୟକ। ତେବେ ଜାଣନ୍ତୁ ସେ ସବୁ କଥା କ’ଣ ଯାହା ଆପଣ ଅନ୍ୟକୁ କହିବା ଉଚିତ୍‌ ନୁହେଁ।

ରହସ୍ୟ

ପ୍ରତେକ ବ୍ୟକ୍ତିର କିଛି ନା କିଛି ରହସ୍ୟ ରହିଥାଏ। ଏହି ରହସ୍ୟ ହିଁ ଜଣେ ବ୍ୟକ୍ତିର ଦୁର୍ବଳତା ହୋଇଥାଏ। ତେବେ ଆପଣଙ୍କର ଯେତେ ଘନିଷ୍ଠ ବନ୍ଧୁ କିମ୍ବା ପତ୍ନୀ ହୁଅନ୍ତୁ ନା କାହିଁକି ଆପଣ ନିଜ ରହସ୍ୟ କାହାକୁ ବି କୁହନ୍ତୁ ନାହିଁ।

ପତ୍ନୀଙ୍କ ଖରାପ୍‌ ବ୍ୟବହାର

ଚାଣକ୍ୟ ନୀତି ଅନୁସାରେ ଆପଣ ଭୁଲ୍‌ରେ ମଧ୍ୟ ସାଙ୍ଗସାଥିଙ୍କୁ ବା ଯେତେ ପ୍ରିୟଜନ ହୋଇଥାନ୍ତୁ ନା କାହିଁକି ଆପଣଙ୍କ ପତ୍ନୀଙ୍କ ଖରାପ୍‌ ବ୍ୟବହାରକୁ ଅନ୍ୟ ଆଗରେ କୁହନ୍ତୁ ନାହିଁ।

ଇଜ୍ଜତ

ଚାଣକ୍ୟ ନୀତି ଅନୁସାରେ ଆପଣ କେଉଁଠି ନା କେଉଁଠି ଇଜ୍ଜତ ତଳେ ପଡ଼ିଥିବା କଥା କାହାକୁ କୁହନ୍ତୁ ନାହିଁ। ଏହା କରିବା ଦ୍ୱାରା ଅନ୍ୟମାନଙ୍କ ଆଗରେ ଆପଣ ନିଜ ଇଜ୍ଜତ ତଳେ ପକାଇବା ଭଳି କାମ କରିଥାନ୍ତି ।

ଗାଳି

ଚାଣକ୍ୟ କହିଛନ୍ତି ଯେ, ମନୁଷ୍ୟ ଅନ୍ୟ ବ୍ୟକ୍ତିଙ୍କଠାରୁ ଶୁଣିଥିବା ଗାଳି ଏବଂ ଉପଦେଶ କାହାକୁ କହିବା ଉଚିତ୍‌ ନୁହେଁ। ଏହାକୁ ଅନ୍ୟ ବ୍ୟକ୍ତିଙ୍କୁ କହିବା ଅର୍ଥ ଆପଣ ସେହି ବ୍ୟକ୍ତିଙ୍କର ଅପମାନ କରୁଛନ୍ତି।



from Odisha Reporter http://bit.ly/2VHq73w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages