
କେନ୍ଦୁଝର(ପ୍ରଣୟ ପାଣି): ଗତ ୨୩ ତାରିଖରେ କେନ୍ଦୁଝର ନିର୍ବାଚନମଣ୍ଡଳୀରେ ନିର୍ବାଚନ ହୋଇଥିଲା। ଏହାପରେ କେନ୍ଦୁଝର ସଦର ଓ ତେଲକୋଇ ନିର୍ବାଚନମଣ୍ଡଳୀରେ ବ୍ୟବହୃତ ଇଭିଏମ୍କୁ ସହର ମଧ୍ୟରେ ଥିବା ମାଇନିଂ ଇଞ୍ଜିନିୟରିଙ୍ଗ୍ ସ୍କୁଲ ପରିସରରେ ରଖାଯାଇଥିଲା। ହେଲେ ଗତକାଲି ବିଳମ୍ୱିତ ରାତିରେ ସ୍କୁଲ ପରିସର ଭିତରକୁ ସନ୍ଦେହଜନକ ଭାବେ ଏକ ବୋଲେରୋରେ କିଛି ଯୁବକ ଅବାଧରେ ପ୍ରବେଶ କରିଥିଲେ।
ଏହି ଘଟଣା ଜଣାପଡ଼ିବା ପରେ ବିଜେପି କର୍ମୀମାନେ ପୁଲିସ୍କୁ ଖବର ଦେଇଥିଲେ। ଏହାସହ ବୋଲେରୋ ଓ ଯୁବକଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ହେଲେ ଅନ୍ଧାରର ସୁଯୋଗ ନେଇ ଦୁଇ ଜଣ ଖସି ପଳାଇଥିଲେ। ପ୍ରଦୀପ ମହାନ୍ତି ନାମକ ଯୁବକଙ୍କୁ ବିଜେପି କର୍ମୀମାନେ କାବୁ କରିଥିଲେ।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ଅଟକ ଥିବା ଯୁବକଙ୍କ ଜଣକ ଜଣେ ଖଣି ବ୍ୟବସାୟୀ ଓ ସଫ୍ଟୱେର ଇଞ୍ଜିନିୟର ବୋଲି ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି।
ଏନେଇ ବିଜେପି ନେତା ବିରଜା ମିଶ୍ର କହିଛନ୍ତି,“ଗତକାଲି ରାତି ପ୍ରାୟ ୧୨ଟା ବେଳେ ଆମେ ଖବର ପାଇଲୁ ଯେ ଇଭିଏମ୍ ଯେଉଁଠି ରଖାଯାଇଛି ସେଠାରେ କିଛି ସନ୍ଦିଗ୍ଧ ଲୋକ ଓ ଗୋଟିଏ କଳା ବୋଲେରୋ ରହିଛି। ଏହି ସୂଚନା ପାଇବା ପରେ ଆମେ ସେଠାରେ ଥିବା ଦପ୍ତରୀଙ୍କୁ ପଚାରିଲୁ। ହେଲେ ସେ କିଛି କହିପାରିବେ ନାହିଁ ବୋଲି କହିଥିଲେ। ଏହାପରେ ଆମର ସନ୍ଦେହ ହୋଇଥିଲା। ଏନେଇ ଆମେ ସ୍ଥାନୀୟ ପୁଲିସ୍କୁ ଖବର ଦେଇଥିଲୁ। ଷ୍ଟ୍ରଙ୍ଗ୍ ରୁମ୍ ଭଳି ସମ୍ୱେଦନଶୀଳ ଜିନିଷ ରଖାଯାଇଥିବା ଜାଗାରେ ଜିଲ୍ଲାପ୍ରଶାସନ ଓ ନିର୍ବାଚନ ଅଧିକାରୀ କିଭିଳି ସାଧାରଣ ଲୋକଙ୍କ ପ୍ରବେଶକୁ ଅନୁମତି ଦେଲେ, ତାକୁ ନେଇ ପ୍ରଶ୍ନ ଉଠିଛି। ଏଠାରେ ଇଭିଏମ୍କୁ ଟାମ୍ପରିଙ୍ଗ୍ କରିବା ପାଇଁ ଏକ ରୀତିମତ ବ୍ୟବସ୍ଥା କରାଯାଉଛି। ”
from Odisha Reporter http://bit.ly/2UIbmZV
No comments:
Post a Comment