କଂଗ୍ରେସକୁ ଅଡୁଆ ସାଧୁ, ଆଶଙ୍କାରେ ଦେବେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

କଂଗ୍ରେସକୁ ଅଡୁଆ ସାଧୁ, ଆଶଙ୍କାରେ ଦେବେଶ

ବରଗଡ଼ (ଦୀପକ ଶର୍ମା): ଧାନ ଚାଷ, ଧନୁଯାତ୍ରା ଆଉ ସମ୍ବଲପୁରୀ ବସ୍ତ୍ର ପାଇଁ ଚର୍ଚ୍ଚିତ ବରଗଡ଼ ଜିଲ୍ଲା। ଓଡ଼ିଶାର ଭାତହାଣ୍ଡି ବରଗଡରେ ନିର୍ବାଚନୀ ହାୱା ଏବେ ଜମୁଛି। ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୩ରେ ଏଠାରେ ହେବ ମତଦାନ। ଜିଲ୍ଲାର ୫ଟି ବିଧାନସଭା ଆସନ ମଧ୍ୟରୁ ବରଗଡ଼ ସଦର ଗୋଟିଏ। ପ୍ରାର୍ଥୀ ଘୋଷଣା ପରେ ଏଠାରେ ଜୋରଦାର ହୋଇଛି ନିର୍ବାଚନୀ ପ୍ରଚାର। ଏହି ଆସନରେ ବିଜେଡି ଦେବେଶ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ଅଶ୍ୱିନୀ ଷଡଙ୍ଗୀ ଏବଂ କଂଗ୍ରେସ ନିପନ ଦାସଙ୍କୁ ପ୍ରାର୍ଥୀ କରିଛି।

ବରଗଡ ଜିଲ୍ଲାର ନାମକରଣ ପଛରେ ଏକ ଇତିହାସ ରହିଛି। କୁହାଯାଏ, ଏକାଦଶ ଶତାବ୍ଦୀରେ ଚୌହାନ ବଂଶର ଶେଷ ରାଜା ନାରାୟଣ ସିଂଙ୍କ ରାଜତ୍ୱ ସମୟରେ ଏହାର ନାମ ଥିଲା ‘ବାଘର କୋଟା’। ସେ ସମୟରେ ରାଜା ଦୁଇଜଣ ବ୍ରାହ୍ମଣଙ୍କୁ ଏହି ଅଞ୍ଚଳକୁ ଦାନ କରିଦେଲେ । ପରେ ଏହାର ନାମ ପରିବର୍ତ୍ତନ ହୋଇ ହୋଇଥିଲା ବରଗଡ଼। ୧୯୫୧ରୁ ୨୦୧୪ ମଧ୍ୟରେ ଏହି ଆସନରେ ପ୍ରାୟ ୧୫ଟି ନିର୍ବାଚନ ଓ ଗୋଟିଏ ଉପ ନିର୍ବାଚନ ହୋଇଯାଇଛି। କଂଗ୍ରେସ ଦଳ ପକ୍ଷରୁ ପ୍ରଥମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ତୀର୍ଥବାସୀ ପ୍ରଧାନ। ୧୯୯୦-୯୫ ଦୁଇଟି ନିର୍ବାଚନରେ ଜନତା ଦଳ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଏହି ଆସନରୁ ଜିତିଥିଲେ। ୨୦୦୦ ଓ ୨୦୦୪ରେ ଏହି ଆସନରୁ ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ଼ଭାଇ ଆନନ୍ଦ ଆଚାର୍ଯ୍ୟ ବିଜେଡି ଟିକଟରେ ଜିତିଥିଲେ। ୨୦୦୯ରେ ଏହି ଆସନ କଂଗ୍ରେସ ହାତକୁ ଯାଇଥିଲା। ସାଧୁ ନେପାକ ମାତ୍ର ୨ ହଜାର ଭୋଟରେ ବିଜେଡି ପ୍ରାର୍ଥୀ ଆନନ୍ଦ ଆଚାର୍ଯ୍ୟଙ୍କୁ ହରାଇ ଆସନ ଦଖଲ କରିଥିଲେ। ଆଉ ତା ପରେ ଆନନ୍ଦଙ୍କ ପୁଅ ଦେବେଶ ଆଚାର୍ଯ୍ୟ ୨୦୧୪ରେ ଏହି ଆସନକୁ ପୁଣି କଂଗ୍ରେସ ହାତରୁ ଛଡାଇ ନେଇଥିଲେ। ଚଳିତ ନିର୍ବାଚନରେ ମଧ୍ୟ ବିଜେଡି ଦେବେଶଙ୍କୁ ପ୍ରାର୍ଥୀ କରିଛି।

ବିଜେଡି: ବରଗଡ ସଦର ବିଧାନସଭା ଆସନ ଏକ ପ୍ରକାର ଆଚାର୍ଯ୍ୟ ପରିବାର ହାତରେ ରହିଛି କହିଲେ ଚଳେ। ଏଥର ମଧ୍ୟ ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଉପରେ ଭରସା କରିଛି। ଗତ ନିର୍ବାଚନରେ ଦେବେଶ ୧୨ ହଜାରରୁ ଅଧିକ ଭୋଟ୍‌ରେ କଂଗ୍ରେସର ସାଧୁ ନେପାକଙ୍କୁ ହରାଇଥିଲେ। ସେ ୫୯,୩୫୦ ଭୋଟ ପାଇ ପ୍ରଥମ ଥର ପାଇଁ ବିଧାନସଭାକୁ ମନୋନୀତ ହୋଇଥିଲେ। ୫ ବର୍ଷ ମଧ୍ୟରେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଥିବା ଅନେକ ସମସ୍ୟାର ସମାଧାନ ଏ ଯାଏ ହୋଇ ପାରିନାହିଁ। ଏପରିକି ରାଜ୍ୟର ଭାତ ହାଣ୍ଡି କୁହାଯାଉଥିବା ବରଗଡ଼ରେ ଚାଷୀ ମୃତ୍ୟୁହାର ସବୁଠାରୁ ଅଧିକ। ତା ଛଡା ପାନୀୟ ଜଳ ସମସ୍ୟା ମଧ୍ୟ  ଆହୁରି ବେଶି। ଏହା ବ୍ୟତୀତ ଦେବେଶ ଆଚାର୍ଯ୍ୟ ନିଜ ସଙ୍ଗଠନକୁ ମଜବୁତ କରିପାରି ନାହାନ୍ତି। ତେଣୁ ଏଥର ବିଜୟ ତାଙ୍କ ପାଇଁ ସହଜ ହେବନି।

କଂଗ୍ରେସ: ୨୦୦୯ରେ ଏହି ଆସନକୁ ଆଚାର୍ଯ୍ୟ ପରିବାର ହାତରୁ ଛଡ଼ାଇ ଆଣିଥିବା କଂଗ୍ରେସର ସାଧୁ ନେପାକ ୨୦୧୪ରେ ହାରି ଯାଇଥିଲେ। ତେଣୁ ଦଳ ଏଥର ତାଙ୍କୁ ଟିକଟ ନ ଦେଇ ଯୁବନେତା ନିପନ ଦାସଙ୍କୁ ପ୍ରାର୍ଥୀ କରିଛି। ତେବେ ରାଜନୀତିରେ ନିପନ ନୂଆ ମୁହଁ। ତାଙ୍କର ସଂଗଠନ ଏତେ ଦୃଢ ନାହିଁ। ଅନ୍ୟପକ୍ଷେ ଟିକଟ ନ ପାଇ କଂଗ୍ରେସର ପୁରୁଣା ମୁହଁ ସାଧୁ ନେପାକ ଦଳ ଛାଡି ଦେଇଛନ୍ତି। ତେଣୁ ଏପରି ସ୍ଥିତିରେ କଂଗ୍ରେସର ଜିତିବା ଆଶା ସେତେ ଉଜ୍ଜ୍ୱଳ ନୁହେଁ।

ବିଜେପି: ବିଜେପି ଏହି ଆସନରେ କେବେ ଖାତା ‌ଖୋଲିନି। ମାତ୍ର ୨୦୧୭ ପଞ୍ଚାୟତ ନିର୍ବାଚନରେ ଦଳର ପ୍ରଦର୍ଶନ ଭଲ ଥିଲା। ଜିଲ୍ଲା ପରିଷଦ ଗଠନ କରିଥିଲା। ତେଣୁ ଦଳ ଏଠାରେ ବିଜେପି ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରିଛି। ଅଶ୍ୱିନୀ ୨୦୧୪ ନର୍ବାଚନରେ ବିଜେପି ଟିକଟରେ ଲଢି ତୃତୀୟ ସ୍ଥାନରେ ଥିଲେ। ସେତେବେଳେ ସେ ୨୨,୭୦୭ ଖଣ୍ଡ ଭୋଟ ପାଇଥିଲେ। ଇତି ମଧ୍ୟରେ ଦଳ ନିଜର ସାଙ୍ଗଠନିକ ଦକ୍ଷତା ବୃଦ୍ଧି କରିପାରିଛି। ମୋଦି ହାୱା, ପଞ୍ଚାୟତ ନିର୍ବାଚନର ସଫଳତା ଅଶ୍ୱିନୀଙ୍କୁ ଉତ୍ସାହିତ କରିଛି। ବିଜୟ ଆଶାରେ ସେ ପ୍ରଚାର ଜୋରଦାର କରିଛନ୍ତି।



from Odisha Reporter http://bit.ly/2KlfbV4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages