ଟିକେଟ ଫେରାଇଥିବା ଦୁଇଟି ଆସନରୁ ନୂଆ ପ୍ରାର୍ଥୀ ଦେଲା କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 9, 2019

ଟିକେଟ ଫେରାଇଥିବା ଦୁଇଟି ଆସନରୁ ନୂଆ ପ୍ରାର୍ଥୀ ଦେଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସରେ ଟିକେଟ୍ ପାଇଁ ଚାଲିଛି ହାଇଡ୍ରାମା। କେଉଁ ନେତା ଟିକେଟ୍ ନ ମିଳିବାରୁ ଦଳ ବଦଳାଉ ଥିବାବେଳେ ଆଉ କେହି ଟିକେଟ୍ ପାଇ ମଧ୍ୟ ଫେରାଉ ଦେଉଛନ୍ତି। ଗତକାଲି ବଡ଼ଚଣା ଓ ନିମାପଡ଼ା ବିଧାନସଭା ଆସନରୁ କଂଗ୍ରେସର ଦୁଇ ଜଣ ପ୍ରାର୍ଥୀ ଟିକେଟ୍ ଫେରାଇ ଦେଇଥିଲେ। ଆଜି କଂଗ୍ରେସ ଏହି ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

ପୂର୍ବରୁ ଦଳ ସୀତାକାନ୍ତ ମହାପାତ୍ରଙ୍କୁ ବଡ଼ଚଣା ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା। ତେବେ ସେ ଟିକେଟ ଫେରାଇଥିଲେ। ଆଜି ତାଙ୍କ ସ୍ଥାନରେ ବଡ଼ଚଣାରୁ ଅଜୟ ସାମଲଙ୍କୁ ପ୍ରାର୍ଥୀ କରାଯାଇଛି।  ସେହିପରି ନିମାପଡ଼ା ବିଧାନସଭା ଆସନ ପାଇଁ ସତ୍ୟବ୍ରତ ପାତ୍ରଙ୍କୁ ପ୍ରାର୍ଥୀ କରିଥିଲା ଦଳ। ସେ ଟିକେଟ ଫେରାଇ ଦେଇଥିଲେ। ଆଜି ନିମାପଡ଼ାରୁ ଦିଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି ଦଳ।



from Odisha Reporter http://bit.ly/2UGx6Jz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages