ଶାହଙ୍କ ଫୋକସ୍‌ରେ ଓଡ଼ିଶା; କାଲି ପୁଣି ଆସିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ଶାହଙ୍କ ଫୋକସ୍‌ରେ ଓଡ଼ିଶା; କାଲି ପୁଣି ଆସିବେ

amit

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। କେନ୍ଦୁଝର ମେଡିକାଲ୍ କଲେଜ ପଡ଼ିଆରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହା ପରେ ଏପ୍ରିଲ୍ ୧୭ ତାରିଖରେ ଅମିତ ଶାହ ପୁଣି ଓଡ଼ିଶା ଗସ୍ତରେ ଆସିବେ। ସେହିଦିନ ସେ ବଡମ୍ବା ଓ ଢେଙ୍କନାଳରେ ଦୁଇଟି ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହା ପୂର୍ବରୁ ଶ୍ରୀ ଶାହ ଏପ୍ରିଲ୍ ୯ ତାରିଖରେ ଓଡ଼ିଶା ଗସ୍ତରେ ଆସି ପୁରୀରେ ଏକ ରୋଡ୍ ଶୋ’ କରିଥିଲେ। ଏଥିରେ ହଜାର ହଜାର ବିଜେପି କର୍ମୀ ସାମିଲ ହୋଇଥିଲେ।

ଏପ୍ରିଲ ୭ ତାରିଖରେ ଅମିତ ଶାହ ଓଡ଼ିଶା ଆସି ଗଞ୍ଜାମର ପୋଲସରା ଓ ବରଗଡ଼ରେ ଦୁଇଟି ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ଏପ୍ରିଲ୍ ୧ରେ ମଧ୍ୟ ସେ ଓଡ଼ିଶା ଆସିଥିଲେ। ସେହିଦିନ ସେ ପାରଳାଖେମୁଣ୍ଡିରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ।

ଅନ୍ୟପକ୍ଷରେ ଏପ୍ରିଲ୍ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ସେ ଭୁବନେଶ୍ୱର ଓ ସମ୍ବଲପୁରରେ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ କୋରାପୁଟର ଜୟପୁର, କଳହାଣ୍ଡିର ଭବାନୀପାଟଣା, ସୁନ୍ଦରଗଡ଼ ଓ ସୋନପୁର ଆଦି ସ୍ଥାନରେ ନିର୍ବାଚନ ପ୍ରଚାର କରି ସାରିଛନ୍ତି।



from Odisha Reporter http://bit.ly/2X1ey4n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages