୨୦୧୯ ଉତ୍ତର ପ୍ରଦେଶ ନିର୍ବାଚନ ବିଜେପି ପାଇଁ ଅଗ୍ନି ପରୀକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

୨୦୧୯ ଉତ୍ତର ପ୍ରଦେଶ ନିର୍ବାଚନ ବିଜେପି ପାଇଁ ଅଗ୍ନି ପରୀକ୍ଷା

ଲକ୍ଷ୍ନୌ: ପଶ୍ଚିମ ଉତ୍ତର ପ୍ରଦେଶର ୮ଟି ଲୋକସଭା ଆସନ ପାଇଁ ମତଦାନ ଚାଲିଛି। ୫ ବର୍ଷ ତଳେ ବିଜେପି ଏହି ଆସନ ଗୁଡ଼ିକରେ ଦୃଢ଼ ସ୍ଥିତିରେ ଥିଲା। ଏବେ କିନ୍ତୁ କେତେକ କାରଣ ପାଇଁ ବିଜେପି ନିଜ ପୂର୍ବ ସ୍ଥିତିରେ ଆଉ ନାହିଁ।

୨୦୧୪ରେ ଉତ୍ତର ପ୍ରଦେଶରେ ନିର୍ବାଚନ ୨୦୧୩ରେ ହୋଇଥିବା ମୁଜାଫରନଗର ଦଙ୍ଗାର ୬ ମାସ ପରେ ହୋଇଥିଲା। ଏଥିରେ ପାଖାପାଖି ୬୦ ଜଣ ପ୍ରାଣ ହରାଇଥିବାବେଳେ ହଜାର ହଜାର ବାସହରା ହୋଇଥିଲେ। ଯାହାକି ମୁସଲିମ, ଜାଠ, ଗୁଜ୍ଜର, ଯାଦବଙ୍କ ମଧ୍ୟରେ ବିଭେଦ ସୃଷ୍ଚି କରିଥିଲା।

ଏବେ କିନ୍ତୁ ଏହି ବିଭେଦ ନାହିଁ। ୫ ବର୍ଷ ଭିତରେ ଉତ୍ତର ପ୍ରଦେଶ ମହାମେଣ୍ଟର ସହଯୋଗୀ ଦଳ ଆରଏଲଡ଼ି ‘ସଦଭାବନା ଯାତ୍ରା’ ରାଲି କରି ଏହି ବିଭେଦକୁ ଦୂରେଇ ଦେବାରେ ସକ୍ଷମ ହୋଇଛି । ସେତେବେଳେ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସରକାର ବିରୋଧରେ ହାୱା ଥିଲା। ତେଣୁ ମୋଦିଙ୍କୁ ସମର୍ଥନ କରି ବିଜେପିକୁ ଉତ୍ତର ପ୍ରଦେଶ ବାସୀ ସବୁଠୁ ଅଧିକ ଜନମତ ଦେଇଥିଲେ।

ହେଲେ ଏବେ ଉତ୍ତର ପ୍ରଦେଶରେ ବିଜେପି ସରକାର ଆସିବା ପରେ ରାଜ୍ୟରେ ବିକାଶ ସାଙ୍ଗକୁ ଅନେକ କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ହୋଇଛି। ହେଲେ ନିକଟରେ ବୁଲନ୍ଦସହରରେ ଜଣେ ପୁଲିସ ଅଫିସରଙ୍କୁ ହତ୍ୟା ଏବଂ ଗୋ ସୁରକ୍ଷା ନାଁରେ ମାଡ଼ପିଟ ହିନ୍ଦୁ ମୁସଲିମଙ୍କ ଭିତରେ ଫାଟ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି।

ତେବେ ବିଜେପି ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଲା, ବିରୋଧୀ ଏକ ହୋଇ ଗୋଟିଏ ଛତା ତଳକୁ ଆସିଥିବାବେଳେ କଂଗ୍ରେସ ଓ ବିଜେପି ଯିଏ ଯାହାର ନିର୍ବାଚନ ଲଢ଼ୁଛନ୍ତି। କଂଗ୍ରେସ ଉତ୍ତର ପ୍ରଦେଶରେ ସରକାରରେ ନଥିବାବେଳେ ବିଜେପି ପାଇଁ ଏଠି ବଡ଼ ଚ୍ୟାଲେଞ୍ଜ ରହିଛି ଏସପି-ବିଏସପି-ଆରଏଲଡି ମେଣ୍ଟ।

୨୦୧୪ରେ ଏସପି-ବିଏସପି-ଆରଏଲଡ଼ି ଅଲଗା ଅଲଗା ଲଢ଼ିଥିବାବେଳେ ଏବେ କିନ୍ତୁ ଏକ ହୋଇ ବିଜେପି ପାଇଁ ବଡ଼ ସମସ୍ୟା ପାଲଟିଛନ୍ତି। ତେଣୁ ଯିଏ ବିଜେପିକୁ ଭୋଟ ନଦେବାକୁ ମନସ୍ଥ କରିଥିବ ତା ପାଇଁ ମହାମେଣ୍ଟ ହିଁ ଗୋଟିଏ ବିକଳ୍ପ ବୋଲି ରାଜନୀତିକ ସମୀକ୍ଷକ ମାନେ ମତ ରଖିଛନ୍ତି। ମହାମେଣ୍ଟରେ ସାମିଲ ଥିବା ୩ଟି ଯାକ ଦଳ ମୂଳତଃ ଉତ୍ତର ପ୍ରଦେଶର ଆଞ୍ଚଳିକ ଦଳ। ତେଣୁ ଅସ୍ମିତା କାର୍ଡ ଖେଳି ଏହି ୩ ଦଳ ଏବେ ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି।

୨୦୧୪ରେ ବିଜେପିର ଅଧିକାଂଶ ପ୍ରାର୍ଥୀ ନୂଆ ଚେହେରା ଥିଲେ, ହେଲେ ଚଳିତଥର ଉଭୟ ରାଜ୍ୟ ଓ କେନ୍ଦ୍ରରେ ଶାସକ ବିରୋଧୀ ହାୱା ଥିବାରୁ ପୁଣିଥରେ କ୍ଷମତାକୁ ଫେରିବା କଷ୍ଟକର ବ୍ୟାପାର ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି।

ସେହିପରି ମହାମେଣ୍ଟରେ ସାମିଲ ଥିବା ଦଳ କ୍ଷମତାରେ ଥିବାବେଳେ ମୁସଲମାନ ଓ ଦଳିତଙ୍କ ପାଇଁ କାମ କରିଛନ୍ତି କହି ନିଜ ନିଜର ଭୋଟ ବ୍ୟାଙ୍କ ସୃଷ୍ଟି କରିଛନ୍ତି। ଯାହାକି ଚଳିତ ନିର୍ବାଚନରେ ବିଜେପି ବିରୋଧରେ ହାୱା ସୃଷ୍ଟି କରିବାରେ ସକ୍ଷମ ହୋଇଛି।



from Odisha Reporter http://bit.ly/2IdSrEk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages