୨ଟି ଆସନରୁ ଲଢ଼ିବେ ପିସିସି ମୁଖିଆ ନିରଞ୍ଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

୨ଟି ଆସନରୁ ଲଢ଼ିବେ ପିସିସି ମୁଖିଆ ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସରେ ବହୁ ଯୋଗ୍ୟ ନେତା ଟିକେଟରୁ ବଞ୍ଚିତ ହୋଇଥିବାବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇଟି ବିଧାନସଭା ଆସନରୁ ଲଢ଼ିବା ପାଇଁ ଟିକେଟ୍ ପାଇବାକୁ ସକ୍ଷମ ହୋଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏଥର ମଧ୍ୟ ଦୁଇଟି ଆସନ ହିଞ୍ଜିଳି ଓ ବିଜେପୁରରୁ ପ୍ରାର୍ଥୀ ହୋଇଛନ୍ତି।

ଶ୍ରୀ ପଟ୍ଟନାୟକ ଘସିପୁରା ବିଧାନସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିସାରିଥିବାବେଳେ ଭଣ୍ଡାରିପୋଖରୀ ବିଧାନସଭା ଆସନରୁ ସେ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି ଆଜି କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି। ରାଜ୍ୟରେ ନିରଞ୍ଜନ ଏକମାତ୍ର କଂଗ୍ରେସ ନେତା ଭାବେ ଦୁଇ ଦୁଇଟି ବିଧାନସଭା ଆସନରୁ ଲଢ଼ିବାର ସୁଯୋଗ ପାଇଛନ୍ତି। ନିରଞ୍ଜନଙ୍କ ପୁଅ ନବଜ୍ୟୋତି ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ନିରଞ୍ଜନ ଓ ତାଙ୍କ ପରିବାର ପ୍ରତି ଏକକାଳୀନ ୩ଟି ଟିକେଟ୍ ନେଇଥିବାରୁ ଦଳ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଧର୍ମଶାଳା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ କରିଥିବା ସ୍ମୃତିରେଖା ପହିଙ୍କୁ ଦଳୀୟ ଟିକେଟରୁ ବଞ୍ଚିତ କରାଯାଇଛି। ଶ୍ରୀମତୀ ପହି ଗତକାଲି କଂଗ୍ରେସ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ଦାଖଲ କରିଥିବାବେଳେ ଆଜି ତାଙ୍କ ବଦଳରେ ସ୍ଥାନୀୟ ଯୁବନେତା କିଷାନ ପଣ୍ଡାଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି। ସ୍ମୃତିରେଖାଙ୍କ ଟିକେଟ୍ କଟିବା ପରେ ଏବେ ଧର୍ମଶାଳା କଂଗ୍ରେସରେ ତୀବ୍ର ପ୍ରତିକ୍ର୍ରିୟା ପ୍ରକାଶ ପାଇଛି।



from Odisha Reporter http://bit.ly/2uNThPy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages