
ନୂଆଦିଲ୍ଲୀ: ଖୁବ୍ଶୀଘ୍ର ବଜାରକୁ ଆସିବ ନୂଆ ୨୦ ଟଙ୍କିଆ ନୋଟ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ୨୬ ତରାଖ ଦିନ ବିଜ୍ଞପ୍ତି ପ୍ରକାଶ କରାଯାଇ ଘୋଷଣା କରାଯାଇଛି। ଯେଉଁଥିରେ ଆରବିଆଇର ନୂଆ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଦସ୍ତଖତ ରହିବ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନୂଆ ସିରିଜର ଏହି ନୋଟରେ ସବୁଜ ହଳଦିଆ ଯୁକ୍ତ ରହିଛି। ତେବେ ନୂଆ ନୋଟ୍ ଆସିବା ପରେ ବି ପୁରୁଣା ନୋଟ୍ ପ୍ରଚଳନ ଜାରି ରହିବ ବୋଲି ଆରବିଆଇ କହିଛି।
ବଜାରକୁ ଆସିଥିବା ଏହି ନୂଆ ନୋଟରେ ବଜାରରେ ଥିବା ନାଲି ଧଳା ଯୁକ୍ତ ନୋଟ ତୁଳନାରେ ଅନେକ ପରିବର୍ତ୍ତନ ହୋଇଛି । ନୋଟର ଉପରି ଭାଗରେ ଅଶୋକ ସ୍ତମ୍ଭ ସହ ମହାତ୍ମା ଗାନ୍ଧୀଙ୍କ ଚିତ୍ର ରହିଛି। ଯେଉଁଥିରେ ହିନ୍ଦୀ ଏବଂ ଇଂଲିଶରେ ନୋଟର ମୂଲ୍ୟ ଲେଖାଯାଇଛି। ଆଗପଟେ ଏକ ପାର୍ଶ୍ଵରେ ଅଶୋକ ସ୍ତମ୍ଭ ରହିଛି। ଏବଂ ମହାତ୍ମାଗାନ୍ଧୀ ଚିତ୍ରର ତଳେ ଛୋଟ ଅକ୍ଷରରେ ଆରବିଆଇ, ଭାରତ ଲେଖାହୋଇଛି ଜାତୀୟ ଭାଷା ହିନ୍ଦୀରେ।
RBI Introduces ₹ 20 banknote in Mahatma Gandhi (New) Serieshttps://t.co/tKLdWR4Yuo
— ReserveBankOfIndia (@RBI) April 26, 2019
ସେହିପରି ନୋଟ୍ର ପଛ ଭାଗରେ ଏଲୋରା ଗୁମ୍ଫାର ଚିତ୍ର ରହିଛି, ଯାହାକି ଭାରତୀୟ ସଂସ୍କୃତିକୁ ଦର୍ଶାଉଛି। ଏଥିସହ ସ୍ୱଚ୍ଛ ଭାରତର ଲୋଗୋ ଏବଂ ସ୍ଲୋଗାନ ମଧ୍ୟ ଉଲ୍ଲେଖ ରହିଛି।
ଏହି ନୋଟ୍ର ଚଉଡ଼ା ୬୩ ମିଲିମିଟର ରହିଥିବା ବେଳେ ଲମ୍ବା ୧୨୯ ମିଲିମିଟର ରହିଛି।
from Odisha Reporter http://bit.ly/2vxVFdP
No comments:
Post a Comment