ଫିକା ପଡ଼ୁଛି ଚେହେରାର ଚମକ, ଲଗାଇ ଦେଖାନ୍ତୁ ଏହି ପ୍ୟାକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ଫିକା ପଡ଼ୁଛି ଚେହେରାର ଚମକ, ଲଗାଇ ଦେଖାନ୍ତୁ ଏହି ପ୍ୟାକ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଖରା ଦିନେ ସୂର୍ଯ୍ୟଙ୍କ ଅତି ବାଇଗଣି ରଶ୍ମୀ ପ୍ରଭାବରେ ତ୍ୱଚାର ଚମକ ହଜି ଯାଇଥାଏ। ଏହି ଚମକ ଫେରାଇ ଆଣିବା ଲାଗି ସମସ୍ତେ ପ୍ରାୟ ଭିନ୍ନ ଭିନ୍ନ ଫେସ୍‌ ପ୍ୟାକ୍‌ ଲଗାଇଥାନ୍ତି।  ହେଲେ ବଜାରରେ ମିଳୁଥିବା ଫେସପ୍ୟାକ୍‌ରେ ହାନିକାରକ କେମିକାଲ ମିଶିଥାଏ, ଯାହାକି ତ୍ୱଚା ଲାଗି କୌଣସି ପ୍ରକାରେ ଠିକ୍‌ ନୁହେଁ।  ଅପରପକ୍ଷେ ସବୁବେଳେ ପାର୍ଲର ଯାଇ ଫେସିଆଲ କରିବା ବ୍ୟୟସାପେକ୍ଷ ହୋଇପଡେ।

ଏପରି ସ୍ଥିତିରେ ତ୍ୱଚାର ପ୍ରାକୃତିକ ଚମକ ଓ ସୁନ୍ଦରତା ଫେରାଇ ଆଣିବା ଲାଗି ଆପଣ ଘରେ ଲେମ୍ବୁ ଓ କାକୁଡ଼ିରେ ପ୍ରସ୍ତୁତ ସ୍ପେଶାଲ ଫେଶ ପ୍ୟାକ୍‌ ଲଗାଇ ପାରିବେ। ଗରମ ଦିନେ ଏହା ତ୍ୱଚାକୁ ଥଣ୍ଡା ପହଞ୍ଚାଇବା ସହ ଲେମ୍ବୁରେ ମହଜୁଦ ଥିବା ବ୍ଲିଚିଂ ଚେହେରାରେ ଉଜ୍ଜ୍ୱଳତା ଆଣିଥାଏ।

ପ୍ରସ୍ତୁତ କରନ୍ତୁ କାକୁଡ଼ି, ଲେମ୍ୱୁ ପେଷ୍ଟ

ପ୍ରଥମେ କାକୁଡ଼ିର ମଞ୍ଜି ବାହାର କରି ଦିଅନ୍ତୁ। ଏଥିରେ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ୧୦ ମିନିଟ୍‌ ପର୍ଯ୍ୟନ୍ତ ଏହି ଫେସ୍‌ ପ୍ୟାକ୍‌କୁ ଚେହେରାରେ ଲଗାନ୍ତୁ। ଏହାପରେ ଧୋଇ ଦିଅନ୍ତୁ।

ଏହାବ୍ୟତୀତ ଆପଣ ଚାହିଁଲେ ୧ ଚାମଚ ଲେଖାଏ କାକୁଡି ଓ ଲେମ୍ବୁ ରସକୁ ମିଶାଇ ମୁହଁରେ ଲଗାନ୍ତୁ। ଏହାକୁ ଶୁଖିବାକୁ ୫ ମିନିଟ୍‌ ଛାଡ଼ି ଦିଅନ୍ତୁ। ଏହାପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା ଆପଣ ମୁହଁରେ ସାଙ୍ଗେସାଙ୍ଗେ ଗ୍ଲୋ ଅନୁଭବ କରିପାରିବେ।

୨ ଚାମକ ଦହି, ଅଧା ଚାମଚ ମହୁ, ଏକ ଚାମଚ ଲେମ୍ବୁ ରସକୁ ଏକ ପାତ୍ରରେ ନେଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏଥିରେ ୨ଟା ଭିଟାମିନ୍‌ ଇ କ୍ୟାପସୁଲ ବି ମିଶାଇ ଦିଅନ୍ତୁ। ଏହାପରେ ଏଥିରେ ୩ ଚାମଚ କାକୁଡି ପେଷ୍ଟ ମିଶାଇ ମୁହଁରେ ଲଗାଇ ୧୫ ମିନିଟ୍‌ ଛାଡି ଦିଅନ୍ତୁ। ଏହାପରେ ହାଲକା ଉଷୁମ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ ।

ତୈଳାକ୍ତ ତ୍ୱଚା

ଏକ ଚାମଚ ହଳଦି, ଅଧା କପ କାକୁଡ଼ି ପେଷ୍ଟ ଓ ୧ ଚାମଚ ତାଜା ଲେମ୍ବୁ ରସକୁ ମିଶାଇ ମୁହଁରେ ଲଗାନ୍ତୁ। ଏହାକୁ ୧୫ ମିନିଟ୍‌ ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଆପଣ ଚାହିଁଲେ ଏଥିରେ ଅଣ୍ଡା ମଧ୍ୟ ମିଶାଇ ପାରିବେ।

କାକୁଡ଼ି ଲଗାଇବାର ଫାଇଦା

କାକୁଡ଼ିରେ ଭିଟାମିନ ଏ, ସି ଏବଂ  ଇ ଭରପୂର ମାତ୍ରାରେ ମହଜୁଦ ରହିଛି। ଯାହାକି ତ୍ୱଚାର ବହୁ ସମସ୍ୟା ଦୂର କରିଥାଏ। ଏହା ତ୍ୱଚାକୁ  ସୁସ୍ଥ ଓ ଚମକଦାର ରଖିବାରେ ସାହାଯ୍ୟ କରେ। ଖରା କୋପରୁ ମୁହଁରେ ଜଳାପୋଡ଼ା ହେଉଥିବା ବେଳେ କାକୁଡ଼ି ରସ ଲଗାଇଲେ ଆପଣଙ୍କୁ ଏହା ଥଣ୍ଡା ପ୍ରଦାନ କରିଥାଏ। କାକୁଡ଼ିରେ ପ୍ରଚୁର ମାତ୍ରାରେ ଜଳୀୟ ଅଂଶ ମହଜୁଦ ଥିବାରୁ ଏହା ମୁହଁକୁ ମଶ୍ଚରାଇଜ ବି କରିଥାଏ।

ଲେମ୍ବୁ ଲଗାଇବାର ଫାଇଦା

ଲେମ୍ବୁରେ ବି ଭିଟାମିନ ସି ମହଜୁଦ ରହୁଛି।  ଯାହାକି ତ୍ୱଚାର ଛିଦ୍ରରେ ପଶି ମୂଳରୁ ସଫା କରିଥାଏ। ଓ ତ୍ୱଚାରେ ଚମକ ଫେରାଇ ଆଣିଥାଏ। ଲେମ୍ବୁରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ମୁହଁରେ ରକ୍ତ ସଞ୍ଚାଳନ ବଢାଇବା ସହ ଏହାକୁ ସ୍ୱସ୍ଥ ରଖିଥାଏ।



from Odisha Reporter http://bit.ly/2vjQ1Mg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages