ଅଧିକ ପାମ୍ପଡ଼ ଖାଉଛନ୍ତି କି, ପଡ଼ି ପାରନ୍ତି ଏହି ସବୁ ଅସୁବିଧାରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ଅଧିକ ପାମ୍ପଡ଼ ଖାଉଛନ୍ତି କି, ପଡ଼ି ପାରନ୍ତି ଏହି ସବୁ ଅସୁବିଧାରେ

pampad

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖାଇବା ଥାଳି ପାଖରେ ଯଦି ପାମ୍ପଡ଼ ଖଣ୍ଡେ ଥିବ, ତାହା ଖାଇବାର ମଜା ବଢାଇ ଦେଇଥାଏ।  ତେଣୁ ଭାରତୀୟଙ୍କ ପାମ୍ପଡ଼ ପ୍ରେମ ଅଧିକ। କିନ୍ତୁ ସବୁଦିନ ପାମ୍ପଡ଼ ଖାଇବା ସ୍ୱାସ୍ତ୍ୟ ପକ୍ଷେ ଖୁବ୍‌ ହାନୀକାରକ। କାହିଁକିନା ପାମ୍ପଡ଼କୁ ସ୍ୱାଦିଷ୍ଟ କରିବା ଲାଗି ସେଥିରେ ବିଭିନ୍ନ କେମିକାଲ୍‌ ଓ ରଙ୍ଗ ମଧ୍ୟ ବ୍ୟବହାର ହୋଇଥାଏ। ଫଳରେ ଏହାର କୁପରିଣାମ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ତେବେ ଚାଲନ୍ତୁ ଜାଣିବା ପାମ୍ପଡ଼ ଖାଇଲେ କି କି ସମସ୍ୟା ଦେଖା ଦେଇଥାଏ।

ମୋଟାପଣ ବୃଦ୍ଧି ହୋଇଥାଏ: ପାମ୍ପଡ଼ ଖାଇଲେ ମୋଟାପଣ ବା ମେଦ ବହୁଳତା ବୃଦ୍ଧି ପାଇଥାଏ। ଯଦି ଆପଣ ନିଜର ଓଜନ କମ୍ ରଖିବାକୁ ଚାହାଁନ୍ତି ,ତେବେ ପାମ୍ପଡ଼ ଅଧିକ ଖାଆନ୍ତୁ ନାହିଁ। ଏହାସହ ପାମ୍ପଡ଼ରେ ଆବଶ୍ୟକତାଠୁ ଅଧିକ ଲୁଣ ଥିବାରୁ ଏହା ମଧୁମେହ ଓ ଉଚ୍ଚ ରକ୍ତ ଚାପ ଭଳି ସମସ୍ୟା ଥିବା ରୋଗୀଙ୍କ ପାଇଁ ଖୁବ୍‌ ହାନୀକାରକ ହୋଇଥାଏ।

ହୃଦ୍‌ରୋଗର ଆଶଙ୍କା: ଲୋକେ ପାମ୍ପଡ଼କୁ ତେଲରେ ଛାଣି ଖାଇଥାନ୍ତି। ଏହି କାରଣରୁ ଏଥିରେ ଅଧିକ ପରିମାଣରେ ତୈଳାଂଶ ରହିଥାଏ। ଫଳସ୍ୱରୂପ ଏହା କୋଲେଷ୍ଟ୍ରଲ ସ୍ତର ବଢ଼ିବାରେ ସହାୟକ ହୋଇଥାଏ ଏବଂ ହୃଦରୋଗର ଆଶଙ୍କା ବି ସୃଷ୍ଟି କରିଥାଏ।

ପେଟ ଖରାପ ହେବାର ଆଶଙ୍କା: ଲୋକମାନେ ବିଭିନ୍ନ ପ୍ରକାରର ପାମ୍ପଡ଼ ଖାଇଥାନ୍ତି। ତେଣୁ ଏହା ପେଟ ଖରାପ କରିବା ସହ ଏସିଡିଟି ମଧ୍ୟ କରାଇଥାଏ।

ଏସିଡିଟିର ସମସ୍ୟା: ବଜାରରେ ଉପଲବ୍ଧ ବିଭିନ୍ନ ପାମ୍ପଡ଼ରେ ନାନା ରକମର ମସଲା ଓ ଗୋଟିଏ ତେଲରେ ବାରମ୍ବାର ପାମ୍ପଡ଼ ଛଣା ଯାଇଥାଏ। ଫଳରେ ଏହା ସେବନ  କଲେ ଏସିଡିଟି ସମସ୍ୟା ମଧ୍ୟ ଉପୁଜିଥାଏ।



from Odisha Reporter http://bit.ly/2vhh3nr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages