
ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପୁଣି ଲଜ୍ଜା। ବଲାଙ୍ଗିରରେ ଘଟିଛି ଅଭାବନୀୟ ଘଟଣା। ଜଣେ ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ସଦର ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା। ଜଣେ ୧୫ ବର୍ଷର ନାବାଳକ ଉକ୍ତ ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଦୁଷ୍କର୍ମ ପରେ ଶିଶୁକନ୍ୟାର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ତାକୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ଅନୁଯାୟୀ, ସମ୍ପୃକ୍ତ ଶିଶୁକନ୍ୟାଟି ସାଙ୍ଗମାନଙ୍କ ସହ ଖେଳୁଥିଲା। ଏହି ସମୟରେ ନାବାଳକ ଜଣକ ଶିଶୁକନ୍ୟାଟିକୁ ଉଠାଇ ନେଇ ଶୌଚାଳୟରେ ଦୁଷ୍କର୍ମ କରିଥିଲା।
ଶିଶୁକନ୍ୟାଟିକୁ ଘରକୁ ଆସି ନିଜ ବାପା ମା’କୁ ଏ ବିଷୟରେ କହିଥିଲା। ତେବେ ଶିଶୁକନ୍ୟାଟିର ଅବସ୍ଥା ଗମ୍ଭୀର ହେବାରୁ ତାକୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ପରିବାର ଲୋକେ ପ୍ରଥମେ ଶିଶୁଟିକୁ ଡାକ୍ତରଖାନା ନେଇଥିବାରୁ ଥାନାରେ ରିପୋର୍ଟ କରିପାରି ନାହାନ୍ତି। ଡାକ୍ତର ଏ ସମ୍ପର୍କରେ ପୁଲିସକୁ ଜଣାଇଥିବା ସୂଚନା ମିଳିଛି।
from Odisha Reporter http://bit.ly/2DlZDKE
No comments:
Post a Comment