ଯଦି ଇନ୍ଦିରା ଗାନ୍ଧିଙ୍କୁ ବାଜପେୟୀ ପ୍ରଶଂସା କରିପାରିଲେ, ମୋଦିଙ୍କୁ କାହିଁକି ନୁହେଁ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 11, 2019

ଯଦି ଇନ୍ଦିରା ଗାନ୍ଧିଙ୍କୁ ବାଜପେୟୀ ପ୍ରଶଂସା କରିପାରିଲେ, ମୋଦିଙ୍କୁ କାହିଁକି ନୁହେଁ?

ରାୟପୁର: ଆତଙ୍କବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧୀ ଆକ୍ଷେପ କରିବା ପରେ ଜବାବ ରଖିଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ। ସେ କହିଛନ୍ତି ଯେତେବେଳେ ଇନ୍ଦିରା ଗାନ୍ଧି ଆତଙ୍କବାଦୀଙ୍କ ବିରୋଧକେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିଲେ ସେତେବେଳେ ବିରୋଧୀ ଦଳରେ ଥାଇ ମଧ୍ୟ ବାଜପେୟୀ ଇନ୍ଦିରା ଗାନ୍ଧିଙ୍କର ପ୍ରଶଂସା କରିଥିଲେ। ଏବେ ପ୍ରଧାନମନ୍ତ୍ରୀ ଆତଙ୍କବାଦ ବିରୋଧରେ ପଦକ୍ଷେପ ନେଇଥିବାବେଳେ ବିରୋଧୀ କାହିଁକି ସମାଲୋଚନା କରୁଛି ତାକୁ ନେଇ ପ୍ରଶ୍ନ କରିଛନ୍ତି ରାଜନାଥ।

ଆତଙ୍କବାଦ ବିରୋଧରେ ମୋଦି ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ପରିଣାମ ସ୍ୱରୂପ ଜାତିସଙ୍ଘରେ ମଧ୍ୟ ଆତଙ୍କବାଦକୁ ବଡ଼ ପ୍ରସଙ୍ଗ ବୋଲି ଅନ୍ୟ ଦେଶ ମାନେ ସ୍ୱୀକାର କରିଛନ୍ତି। ୨୦୧୪ରେ ବିଜେପି କ୍ଷମତାକୁ ଆସିବା ପରେ ଦେଶର ଅର୍ଥନୀତି ଆଗକୁ ବଢ଼ିଛି। ସାରା ବିଶ୍ୱର ଶ୍ରେଷ୍ଠ ଅର୍ଥନୀତୈକ ଦେଶ ମଧ୍ୟରେ ଭାରତ ୬ ନମ୍ବର ସ୍ଥାନରେ ପହଞ୍ଚିଛି। ସୂଚନାଯୋଗ୍ୟ କଂଗ୍ରେସ ସରକାର ଥିବାବେଳେ ସାରା ବିଶ୍ୱରେ ଭାରତ ୧୧ ନମ୍ବର ସ୍ଥାନରେ ଥିଲା ବୋଲି ରାଜନାଥ ସିଂହ ଛତିଶଗଡ଼ ବସନାରେ ପ୍ରଚାର ବେଳେ କହିଛନ୍ତି।

ଏହି ଅବସରରେ ସେ ମଙ୍ଗଳବାର ନକ୍ସଲଙ୍କ ଆକ୍ରମଣରେ ସହିଦ ହୋଇଥିବା ୫ ଯବାନ ଏବଂ ବିଜେପି ବିଧାୟକଙ୍କ ବଳିଦାନ ବେକାର ଯିବନି ବୋଲି କହି ନକ୍ସଲଙ୍କୁ ଚେତାବନୀ ଦେଇଛନ୍ତି। ମୋଦି ସରକାରରେ ନକ୍ସଲଙ୍କ ପ୍ରଭାବ କମିଛି। ତେବେ ନକ୍ସଲ ପ୍ରସଙ୍ଗରେ ଛତିଶଗଡ଼ ସରକାର ସହିତ ସବୁବେଳେ କେନ୍ଦ୍ର ରହିଛି ବୋଲି ରାଜନାଥ କହିଛନ୍ତି। ବନ୍ଧୁକ ମୁନରେ ନୁହଁ ବରଂ ଗଣତାନ୍ତ୍ରିକ ଉପାୟରେ ନକ୍ସଲ ମୁଖ୍ୟ ସ୍ରୋତକୁ ଫେରିବେ ବୋଲି କହିଛନ୍ତି ରାଜନାଥ ସିଂହ।



from Odisha Reporter http://bit.ly/2UwZ7UF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages