
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ବର୍ଷା ହୋଇଥିଲା। କାଲି ଦିନରେ ପ୍ରବଳ ତାତି ଅନୁଭୂତ ହୋଇଥିଲେ ମଧ୍ୟ ଅପରାହ୍ଣରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ମାରିଥିଲା।

ନବରଙ୍ଗପୁର ଜିଲ୍ଲା ଉମରକୋଟର ରାଇଘର ବ୍ଲକ୍ରେ ପ୍ରବଳ ପବନ ଯୋଗୁ ଗଛ ଉପୁଡ଼ି ପଡ଼ିଥିଲା। ଫଳରେ ରାସ୍ତା ଅବରୋଧ ହେବାରୁ ପୋଲିଂ ପାର୍ଟି ଅଟକି ରହିଥିଲେ। ପରେ ପ୍ରଶାସନ ପକ୍ଷରୁ ପୋଲିଂ ପାର୍ଟିଙ୍କୁ ଅଣାଯାଇଥିଲା। ଘଟଣାସ୍ଥଳରେ ରାଇଘର ଦମକଳ ବାହିନୀ ପହଞ୍ଚି ରାସ୍ତା ସଫା କରିଥିଲେ । ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପୁରୀ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ବର୍ଷା ହୋଇଥିଲା।

ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ବଢ଼ିବାରେ ଲାଗିଛି। ଗତକାଲି ୭ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ଥିଲା। ରାଜ୍ୟର ଉତ୍ତପ୍ତ ସହର ଭାବେ ତାଳଚେରର ତାପମାତ୍ରା ୪୧.୮ଡିଗ୍ରୀ ରେକର୍ଡ କରାଯାଇଥିଲା।
ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡିଶାରେ କାଳବୈଶାଖୀର ପ୍ରଭାବ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ସାଙ୍ଗକୁ ବଜ୍ରପାତ ହେବାର ଆଶଙ୍କା ରହିଛି।
from Odisha Reporter http://bit.ly/2IfuDQG
No comments:
Post a Comment