କାହାକୁ ମିଳିବ ବିଶ୍ୱକପ୍ ଟିକେଟ୍, ନଜରରେ ଏହି କ୍ରିକେଟର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 8, 2019

କାହାକୁ ମିଳିବ ବିଶ୍ୱକପ୍ ଟିକେଟ୍, ନଜରରେ ଏହି କ୍ରିକେଟର୍

ନୂଆଦିଲ୍ଲୀ: ଆଇପିଏଲର ଧମାକା ମଧ୍ୟରେ କ୍ରିକେଟର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ବିଶ୍ୱକପକୁ କିଏ ଭୁଲିପାରିବ। ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଭାରତର ୧୫ଜଣିଆ ଟିମର ଘୋଷଣା ହୋଇନାହିଁ। ଆଇପିଏଲ ଜରିଆରେ କିଛି ଖେଳାଳି ବିଶ୍ୱକପରେ ନିଜ ସ୍ଥାନ ପକ୍କା କରିବାକୁ ପ୍ରୟାସ ଜାରି ରଖିଛନ୍ତି।

ଚିଫ୍ ସିଲେକ୍ଟର ଏମଏସକେ ପ୍ରସାଦ ପୂର୍ବରୁ କହିସାରିଛନ୍ତି ଯେ, ଆଇପିଏଲ ଖେଳୁଥିବା ଖେଳାଳିଙ୍କ ଉପରେ ନଜର ରହିବ। ସୂଚନାଯୋଗ୍ୟ, ଆସନ୍ତା ୨୩ ତାରିଖ ସୁଦ୍ଧା ଭାରତ ସମେତ ବାକି ଦେଶଗୁଡ଼ିକ ନିଜ ନିଜର ଟିମ୍ ଘୋଷଣା କରିବାକୁ ପଡ଼ିବ।

୧୫ ତାରିଖରେ ଭାରତୀୟ ଦଳର ଚୟନ ହେବ। ୧୫ଜଣ ମଧ୍ୟରୁ ଭାରତର ୧୦ରୁ ୧୨ ଜଣକ ଖେଳାଳିଙ୍କ ସ୍ଥାନ ପ୍ରାୟତଃ ଚୂଡ଼ାନ୍ତ ହୋଇସାରିଛି। ବାକି ସ୍ଥାନ ପାଇଁ କିଏ ଦାବିଦାର, ତାହା ଆଇପିଏଲର ପ୍ରଦର୍ଶନ ଦ୍ୱାରା ନିର୍ଦ୍ଧାରିତ ହେବ। ଆସନ୍ତୁ ଜାଣିବା କେଉଁ କ୍ରିକେଟର ବିଶ୍ୱକପ୍ ଦୌଡ଼ରେ ଅଛନ୍ତି।

ଅମ୍ବାତି ରାୟୁଡୁ: ଚଳିତ ଆଇପିଏଲରେ ରାୟୁଡୁଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି। ସେ ୫ଟି ମ୍ୟାଚରେ ୧୩.୭୫ ହାରରେ ୫୫ ରନ୍ କରିଛନ୍ତି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଚାରୋଟି ମ୍ୟାଚରେ ସେ ଶେନ୍ ୱାଟସଙ୍କ ସହ ଇନିଂସ୍ ଓପନ୍ କରିଥିଲେ ହେଁ, ସଫଳ ହୋଇପାରିନାହାନ୍ତି। କିଙ୍ଗସ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚରେ ସେ ପଞ୍ଚମ ସ୍ଥାନରେ ବ୍ୟାଟିଂ କରି ଅପରାଜିତ ୨୧ ରନ୍ କରିଥିଲେ, ଯାହା ଚଳିତ ସଂସ୍କରଣରେ ତାଙ୍କର ସର୍ବାଧିକ ସ୍କୋର।

ବିଜୟ ଶଙ୍କର: ପ୍ରଥମ ଦୁଇଟି ମ୍ୟାଚରେ ୩୦ରୁ ଅଧିକ ରନ୍ କରିବା ପରେ ଶଙ୍କର ଲଗାତାର ତିନୋଟି ମ୍ୟାଚରେ ଫେଲ୍ ମାରିଛନ୍ତି। ସେ ନିଜର ଶେଷ ତିନି ମ୍ୟାଚରେ ଯଥାକ୍ରମେ ୧, ୧୬ ଓ ୫ ରନ୍ କରିଛନ୍ତି। ସେ ମଧ୍ୟ ୫ଟି ମ୍ୟାଚରେ ମାତ୍ର ଦୁଇଥର ବୋଲିଂ କରିବା ପାଇଁ ସୁଯୋଗ ପାଇଛନ୍ତି ଏବଂ ମାତ୍ର ୩ ଓଭରରେ ୨୬ ରନ୍ ବ୍ୟୟ କରିଛନ୍ତି। ତେଣୁ ପରବର୍ତ୍ତୀ ମ୍ୟାଚ୍ ଶଙ୍କର ପାଇଁ ବେଶ୍ ମହତ୍ତ୍ୱପୂର୍ଣ୍ଣ।

ଦିନେଶ କାର୍ତ୍ତିକ: କାର୍ତ୍ତିକ କୋଲକାତା ନାଇଟ୍ ରାଇଡର୍ସ ଦଳର ୱିକେଟକିପର ସହ କ୍ୟାପଟେନ୍ ମଧ୍ୟ। ପ୍ରଥମ ଦୁଇଟି ମ୍ୟାଚରେ ଖରାପ ପ୍ରଦର୍ଶନ ପରେ କାର୍ତ୍ତିକ ତୃତୀୟ ମୁକାବିଲାରେ ସିଜନରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ପରବର୍ତ୍ତୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ସେ ପୁଣି ଫେଲ୍ ମାରିଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟା: ଆହତ ଓ ବିବାଦରେ ରହିଆସିଥିବା ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନ ନେଇ ଅନେକ ପ୍ରଶ୍ନ ଉଠିଥିଲା। କିନ୍ତୁ ଆଇପିଏଲରେ ସେ ଯେଉଁଭଳି ଧମାକା କରିଛନ୍ତି, ତାହା ସମସ୍ତଙ୍କୁ ଚକିତ କରିଛି। ପାଣ୍ଡ୍ୟା ୩୪ ହାରରେ ଏବଂ ୧୭୮.୯୪ ଷ୍ଟ୍ରାଇକରେଟରେ ରନ୍ କରିବା ସହ ବୋଲିଂରେ ମଧ୍ୟ ବେଶ ପ୍ରଭାବିତ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ ନିଜର ଅଲରାଉଣ୍ଡର (୮ ବଲରେ ୨୫ ରନ୍ ଏବଂ ୨୦ ରନ୍ ଦେଇ ୩ ୱିକେଟ) ପ୍ରଦର୍ଶନ ଦ୍ୱାରା ସେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇ ସମାଲୋଚକଙ୍କୁ ଜବାବ ଦେଇଥିଲେ।

ଋଷଭ ପନ୍ତ: ଚଳିତ ଆଇପିଏଲରେ ପନ୍ତ ଯେଉଁଭଳି ଆରମ୍ଭ କରିଥିଲେ, ତାହା ସମସ୍ତଙ୍କୁ ପ୍ରଭାବିତ କରିଥିଲା। ସେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ନିଜର ପ୍ରଥମ ମ୍ୟାଚରେ ମାତ୍ର ୨୭ ବଲରେ ୭୮ ରନର ବିସ୍ଫୋରକ ଇନିଂସ୍ ଖେଳି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ମ୍ୟାଚ୍ ଗୁଡ଼ିକରେ ତାଙ୍କ ବ୍ୟାଟରୁ ଆଉ ସେଭଳି ରନ୍ ବର୍ଷିବାର ଦେଖିବାକୁ ମିଳିନାହିଁ। ୱିକେଟ୍ ପଛରେ ତାଙ୍କର ପ୍ରଦର୍ଶନ ତ ଭଲ ରହିଛି ସତ, କିନ୍ତୁ ବ୍ୟାଟିଂକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

ଈଶାନ୍ତ ଶର୍ମା: ବିଶ୍ୱକପରେ ଈଶାନ୍ତ ଭାରତର ଚତୁର୍ଥ ପେସ୍ ବୋଲର ଭାବେ ସ୍ଥାନ ପାଇପାରନ୍ତି। ଏପର୍ଯ୍ୟନ୍ତ ଆଇପିଏଲରେ ତାଙ୍କ ପ୍ରଦର୍ଶନ ଠିକଠାକ୍ ରହିଛି। ଗତ ଆଇପିଏଲରେ ସେ ୨୫ ଓଭରରେ ୨୫୨ ରନ୍ ଦେଇ କୌଣସି ସଫଳତା ହାସଲ କରିନଥିଲେ। କିନ୍ତୁ ଚଳିତ ସଂସ୍କରଣରେ ସେ ୧୨ ଓଭର ବୋଲିଂ କରି ୯୮ ରନ୍ ଦେଇ ୪ ୱିକେଟ ହାସଲ କରିଛନ୍ତି।

ଲୋକେଶ ରାହୁଲ: ଏକ ଟିଭି ଶୋ’ରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ବିବାଦକୁ ଆସିଥିବା ରାହୁଲ ଚଳିତ ଆଇପିଏଲର ପ୍ରଥମ ମ୍ୟାଚରେ ୪ଟି ଏବଂ ୨ୟ ମୁକାବିଲାରେ ମାତ୍ର ୫ଟି ବଲର ସାମ୍ନା କରିପାରିଥିଲେ। କିନ୍ତୁ ପରବର୍ତ୍ତୀ ତିନୋଟି ମ୍ୟାଚରେ ସେ ଫର୍ମକୁ ଫେରିଛନ୍ତି। ଏହା ଚଳିତ ସଂସ୍କରଣରେ ସେ ଦୁଇଟି ଅର୍ଦ୍ଧଶତକ ସହ ୩୬.୫୦ ହାରରେ ୧୪୬ ରନ୍ କରି ପଞ୍ଜାବର ଦ୍ୱିତୀୟ ସର୍ବାଧିକ ସ୍କୋରର ହୋଇଛନ୍ତି।

ଆଜିଙ୍କ୍ୟ ରାହାଣେ: ୨୦୧୫ରେ ଆୟୋଜିତ ବିଶ୍ୱକପରେ ରାହାଣେ ଭାରତୀୟ ଦଳର ସଦସ୍ୟ ଥିଲେ। ସେ ପୁଣିଥରେ ବିଶ୍ୱକପ୍ ଦଳର ସଦସ୍ୟ ହେବା ନେଇ ପ୍ରୟାସ ଜାରି ରଖିଛନ୍ତି। କିନ୍ତୁ ଗତ ୬ଟି ମ୍ୟାଚରେ ସେ ମାତ୍ର ଗୋଟିଏ ଅର୍ଦ୍ଧଶତକ କରିବାକୁ ସକ୍ଷମ ହୋଇଛନ୍ତି। ଏହି ଖରାପ ପ୍ରଦର୍ଶନ କାରଣରୁ ତାଙ୍କର ବିଶ୍ୱକପ ଖେଳିବା ନେଇ ପ୍ରଶ୍ନ ଉଠିଛି। ତେଣୁ ପରବର୍ତ୍ତୀ ମ୍ୟାଚରେ ସେ ଆହୁରି ଭଲ ବ୍ୟାଟିଂ କରି ବିଶ୍ୱକପ୍ ପାଇଁ ନିଜ ଦାବିଦାରକୁ ମଜଭୁତ କରିବାକୁ ଚାହିଁବେ।



from Odisha Reporter http://bit.ly/2VxvYW6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages