ହେଭିୱେଟ୍‌ଙ୍କ ନାମାଙ୍କନ ଦାଖଲ: ଚର୍ଚ୍ଚାରେ ପାଟକୁରା ଓ ବାଲିକୁଦା-ଏରସମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 8, 2019

ହେଭିୱେଟ୍‌ଙ୍କ ନାମାଙ୍କନ ଦାଖଲ: ଚର୍ଚ୍ଚାରେ ପାଟକୁରା ଓ ବାଲିକୁଦା-ଏରସମା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ଦାଖଲ। ଆଜି ଏହି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ହେଭିୱେଟ୍‌ ନେତାମାନେ। ତେବେ ସମସ୍ତଙ୍କ ନଜରରେ ରହିଛି ପାଟକୁରା ଓ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ। ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲ୍‌ ଓ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ମୁହାଁମୁହିଁ ହେଉଥିବା ବେଳେ ପାରାଦୀପର ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଏଥର ବାଲିକୁଦା-ଏରସମାରେ ଦେଖିବାକୁ ମିଳିବ।

ପାଟକୁରାରେ ପୁଣି ହେବ ହେଭିୱେଟ୍‌ଙ୍କ ଲଢ଼େଇ। ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଆଜି କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଅନ୍ତର୍ଗତ ପାଟକୁରା ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲ୍। ଏଠାକାର ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ମଧ୍ୟ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପୂର୍ବରୁ ବେଦପ୍ରକାଶ ଅସୁସ୍ଥ ଥିବାରୁ ବିଜେଡି ସେଠାରେ ପ୍ରାର୍ଥୀ ବଦଳାଇ ପାରେ ବୋଲି ଚର୍ଚ୍ଚା ଜୋରଧରିଥିଲା। କିଛିଦିନ ତଳେ ବେଦପ୍ରକାଶଙ୍କ ପତ୍ନୀ ଓ ପୁଅ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ତେବେ ଆଜି ବେଦପ୍ରକାଶ ନାମାଙ୍କନ ଦାଖଲ କରିବା ପରେ ପାଟକୁରାରେ ଏଥର ପୁଣି ଦୁଇ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ମୁହାଁମୁହିଁ ହେବେ ବୋଲି ସ୍ପଷ୍ଟ ହୋଇଛି।

୧୦ ବର୍ଷ ପରେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲ୍ ଓ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ମଧ୍ୟରେ ପୁଣି ଦେଖିବାକୁ ମିଳିବ ବିଗ୍ ଫାଇଟ୍। ୨୦୦୯ ନିର୍ବାଚନରେ ଦୁହିଁଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା ଓ ବିଜୟ ମହାପାତ୍ରଙ୍କୁ ପ୍ରାୟ ୨୬ ହଜାର ୭ ଶହ ଭୋଟରେ ବେଦପ୍ରକାଶ ଅଗ୍ରଓ୍ୱାଲ୍ ହରାଇଥିଲେ।

ପାଟକୁରାରେ ଏଥର କଂଗ୍ରେସ ଜୟନ୍ତ ମହାନ୍ତିଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଦୋହରାଇଛି।

ବାଲିକୁଦା-ଏରସମା ଆସନ ପାଇଁ ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଜଗତସିଂହପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେପଟେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଚିରଂଜୀବ ବିଶ୍ୱାଳ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କଂଗ୍ରେସର ପ୍ରତିମା ମଲ୍ଲିକ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ନିଜର ନାମାଙ୍କନ ଭରିଛନ୍ତି। ସେହିପରି ଆଳିରୁ ବିଜେଡି ପ୍ରାର୍ଥୀ ପ୍ରତାପ ଦେବ, ରାଜନଗରରୁ କଂଗ୍ରେସର ଅଂଶୁମାନ ମହାନ୍ତି, ମହାକାଳପଡାରୁ ବିଜେପିର ବିଜୟ ପ୍ରଧାନ ଓ କେନ୍ଦ୍ରାପଡାରୁ ସୁନାକର ବେହେରା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଭଣ୍ଡାରୀପୋଖରୀ ଆସନରୁ ନାମାଙ୍କନ ଭରିଛନ୍ତି। ସେ ଏକ ରାଲିରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନିରଞ୍ଜନ ଏଥର ଭଣ୍ଡାରୀପୋଖରୀ ସହିତ ଘଷିପୁରାରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।



from Odisha Reporter http://bit.ly/2D0WFuS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages