
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନିର୍ବାଚନୀ ପ୍ରଚାରର ଉଷ୍ମତା ଜୋରଦାର ହେଉଥିବାବେଳେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟର ୧୧ଟି ସହରରେ ତାପମାତ୍ରା ଆଜି ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିବା ରେକର୍ଡ କରାଯାଇଛି।
ଆଞ୍ଚଳିକ ପାଣିପାଗ ବିଭାଗ କାର୍ଯ୍ୟାଳୟରୁ ମିଳିଥିବା
ସୂଚନା ଅନୁସାରେ, ଆଜି ଟିଟିଲାଗଡ଼ ସହରର ତାପମାତ୍ରା ସର୍ବାଧିକ ୪୩.୫ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ପାରାଦୀପରେ ତାପମାତ୍ରା ସର୍ବନିମ୍ନ ୩୨.୨ ଡିଗ୍ରୀ ରହିଛି। ଅନୁଗୋଳରେ ତାପମାତ୍ରା ୪୨.୭ ଡିଗ୍ରୀ ଥିବାବେଳେ ବଲାଙ୍ଗିରରେ ୪୨.୫ ଡିଗ୍ରୀ, ତାଳେଚେର ୪୨.୩ ଡିଗ୍ରୀ, ଝାରସୁଗୁଡ଼ାରେ ୪୧.୮ ଡିଗ୍ରୀ, ସୋନପୁରରେ ୪୧.୪ ଡିଗ୍ରୀ, ସମ୍ବଲପୁରରେ ୪୧.୧, ଭବାନୀ ପାଟଣାରେ ୪୧ଡିଗ୍ରୀ, ହୀରକୁଦରେ ୪୦.୯ ଡିଗ୍ରୀ, ମାଲକାନଗିରିରେ ୪୦.୬ ଓ ଭୁବନେଶ୍ୱରରେ ତାପମାତ୍ରା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି।
କଟକରେ ଆଜି ତାପମାତ୍ରା ୩୯.୪ ଡିଗ୍ରୀ ସେଲସିୟସ ରହିଥିଲା। ଗତ କିଛିଦିନ ଧରି ତାପମାତ୍ରା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଉତ୍ତର ଓଡ଼ିଶାରେ ପ୍ରବଳ ତାପମାତ୍ରା ସହ ଗରମ ହାୱା ମଧ୍ୟ ପ୍ରବାହିତ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
from Odisha Reporter http://bit.ly/2GosDDD
No comments:
Post a Comment