
କୋଣାର୍କ (ସଂଜୟ ପତି) :୪ ଦିନ ହେଲା ଭାଇଭଉଣୀ ନିଖୋଜ। ପୁରୀ ଜିଲ୍ଲା କାକଟପୁର ବ୍ଲକ ଓଳଙ୍ଗର ଗାଁର ଲଛମନ ବାରିକଙ୍କ ପୁଅ ଓ ଝିଅ ୪ଦିନ ହେଲା ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏତଲା ପାଇବାପରେ ପୁଲିସ ଘଟଣାର ତଦନ୍ତ କରୁଛି।
ଗତ ୯ ତାରିଖରେ ସାଇକେଲ ନେଇ ରୁପାଲି ଓ ସିପୁନ କାକଟପୁର ମା’ ମଙ୍ଗଳା ଦର୍ଶନ ପାଇଁ ଯାଇ ଆଉ ଫେରିନଥିଲେ। ସେମାନଙ୍କ ଫୋନ୍ ସ୍ୱିଚ୍ ଅଫ୍ ଥିବା ବେଳେ ୧୦ ତାରିଖରେ ଜଣେ ସମ୍ପର୍କୀୟ ଦୋକାନ ସମ୍ମୁଖରୁ ତାଙ୍କ ସାଇକଲେ ମିଳିଥିଲା। ପୁଅ, ଝିଅଙ୍କ ପତ୍ତା ମିଳୁନଥିବାରୁ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
from Odisha Reporter http://bit.ly/2UVhulO
No comments:
Post a Comment