
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ମୁକୁନ୍ଦପୁରରେ ପୂର୍ବ ଶତ୍ରୁତାକୁ ନେଇ ସଂପର୍କୀୟ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ ସୂର୍ଯ୍ୟକାନ୍ତ ସାହୁ, ବସନ୍ତ ପାତ୍ର ଓ ଅଜିତ ସାହୁ। ସୂର୍ଯ୍ୟଙ୍କ ଅବସ୍ଥା ଗୁରୁତର ଅଛି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବସନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଅଜିତ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ପୁଲିସ୍ ଅଜିତଙ୍କୁ ଗିରଫ କରିଛି ଓ ଘଟଣାର ତଦନ୍ତ କରୁଛି।
ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୧ଟା ୩୦ମିନିଟରେ ମକୁନ୍ଦପୁର ଗାଁର ସୂର୍ଯ୍ୟକାନ୍ତ ଓ ତାଙ୍କ ବନ୍ଧୁ ବସନ୍ତ ଗାଁର ଏକ ମନ୍ଦିର ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ସୂର୍ଯ୍ୟକାନ୍ତଙ୍କ ସଂପର୍କୀୟ ଭାଇ ଅଜିତ ନିଜ ବୁଲେଟରେ ଆସି ସେଠାରେ ପହଞ୍ଚି ଥିଲେ। ପରେ ଉଭୟ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଅଜିତ ଏକ ଧାରୁଆ ଅସ୍ତ୍ରରେ ସୂର୍ଯ୍ୟକାନ୍ତକୁ ଆକ୍ରମଣ କରିଥିଲେ। ବସନ୍ତ ତାକୁ ଅଟକାଇବା ବେଳେ ଅଜିତ ମଧ୍ୟ ତାକୁ ଆକ୍ରମଣ କରିଥିଲା ।
from Odisha Reporter http://bit.ly/2IqWQDq
No comments:
Post a Comment